କଳାହାଣ୍ଡିରେ ଜିଲ୍ଲା ସ୍ଥରୀୟ ସ୍ଵାଧୀନତା ଦିବସ ପାଳିତ - କଳାହାଣ୍ଡିରେ ସ୍ଵାଧୀନତା ଦିବସ ପାଳିତ
🎬 Watch Now: Feature Video
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେରେ ପାଳିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ଅନୁଷ୍ଠିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ । ଏନେଇ ମନ୍ତ୍ରୀ ଜନସାଧାରଣଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଦେଶ ସ୍ବାଧୀନକୁ ୭୬ ବର୍ଷ ପୁରିଛି । ବର୍ତ୍ତମାନ ସମୟରେ ବିଜ୍ଞାନ କ୍ଷେତ୍ରରେ ବହୁତ ପ୍ରଗତି କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ସେହିପରି ଦେଶ ସ୍ବାଧୀନତାରେ ମହାପୁରୁଷମାନଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି । ପୂର୍ବ କଳାହାଣ୍ଡି ତାହାର ଚିତ୍ର ଓ ସଜ୍ଞା ବଦଳାଇ ପାରିଛି । ଆଜିର କଳାହାଣ୍ଡି ଓ ବିଗତ କଳାହାଣ୍ଡି ଭିତରେ ଅନେକ ଦୂରତା ରହିଥିବା ବେଳେ ଆଜି ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ ଓ କୃଷି କ୍ଷେତ୍ରରେ ସାରାଦେଶରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀ, ବିଶିଷ୍ଟ ନାଗରିକମାନଙ୍କୁ ସମ୍ମାନିତ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ- ନବରଙ୍ଗପୁରରେ ସ୍ବାଧୀନତା ଦିବସ ପାଳିତ
ଇଟିଭି ଭାରତ, କଳାହାଣ୍ଡି