ମହୁମାଛି ଆତଙ୍କ, ଆକ୍ରମଣରେ ୩ ଯାତ୍ରୀ ଗୁରୁତର

By ETV Bharat Odisha Team

Published : Nov 20, 2023, 7:18 PM IST

thumbnail

ଢେଙ୍କାନାଳ: ଜାତୀୟ ରାଜପଥରେ ମହୁମାଛି ଆତଙ୍କ । ମହୁମାଛି ଆକ୍ରମଣରେ ଢେଙ୍କାନାଳ ଝାରଗାଡ଼ିଆରେ ୩ ଯାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।  NH-୫୫ରେ ବହୁ ସଂଖ୍ୟାରେ ମହୁମାଛି ଉଡି ବୁଲୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ସଦର ଥାନା ଅନ୍ତର୍ଗତ ଝାରଗାଡ଼ିଆ ନିକଟରେ ମହୁମାଛି ରାଜପଥର ଯାତ୍ରୀଙ୍କୁ ଆକ୍ରମଣ କରୁଛନ୍ତି । ଆଜି ଏହି ରାସ୍ତା ଦେଇ ଆସୁଥିବା ବାଇକ ଯାତ୍ରୀମାନେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି ।

ଏହା ବି ପଢନ୍ତୁ...ଚାଲିଥିଲା ଜନସମ୍ପର୍କ ପଦଯାତ୍ରା, ନେତା ଓ କର୍ମୀଙ୍କୁ ଆକ୍ରମଣ କଲା ମହୁମାଛି

ଗୁରୁତରମାନେ ଗୁଡିଆ କାଟେଣି ଅଞ୍ଚଳର ସଦାନନ୍ଦ ସାହୁ, ବିଜୟ ସାହୁ ଓ ସ୍ଥାନୀୟ ବେଶଲିଆ ଗ୍ରାମର ହଳଧର ବେହେରା ବୋଲି ଜଣାପଡିଛି । ତେବେ ସେମାନଙ୍କ ମଧ୍ୟରୁ ସଦାନନ୍ଦଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ସଦର ଥାନା ଅନ୍ତର୍ଗତ ଝାରଗାଡ଼ିଆ ଅଞ୍ଚଳରେ ଦିନକୁ ଦିନ ମହୁମାଛିଙ୍କ ଉପଦ୍ରବ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଢେଙ୍କାନାଳ
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.