ସମସ୍ୟାର ସମାଧାନ ପାଇଁ ଅଗ୍ନିକୁଣ୍ଡରେ ଚାଲିଲେ ଭକ୍ତ, ଜାଣନ୍ତୁ କଣ ଏହି ପର୍ବ - କର୍ଣ୍ଣାଟକର ନିଆରା ପର୍ବ

🎬 Watch Now: Feature Video

thumbnail

By

Published : Mar 29, 2022, 9:33 PM IST

Updated : Feb 3, 2023, 8:21 PM IST

ବେଙ୍ଗାଲୁରୁ: ବିଶ୍ବସ, ଅବିଶ୍ବାସ, ଅନ୍ଧବିଶ୍ବାସ, ସଂସ୍କୃତି ଏବଂ ଅପସଂସ୍କୃତିକୁ ନେଇ ଚାଲିଛି ସମାଜ । ବିଭିନ୍ନ ସମୟରେ ପରମ୍ପାରା ଏବଂ ଅନ୍ଧବିଶ୍ବାସକୁ ନେଇ ଚକିତ ହେବା ପରି ଖବର ଶୁଣିଥିବେ କିମ୍ବା ଦେଖିଥିବେ । ଏପରିକି ଦେବୀ ପୂଜା ସମୟରେ ଦାସୀ ପଡିବାର ଦୃଶ୍ୟ ଦେଖିଥିବେ । ଅନେକ ବ୍ୟକ୍ତି ନିଜର ମାନସିକ ପୂରଣ ପାଇଁ କୋଠର ତପସ୍ୟା କରିଥାନ୍ତି । ଏପରି କଠୋର ତପସ୍ୟାର ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକର ବୀରାଜପେଟ ତାଲୁକ ଅଞ୍ଚଳର କାଲ୍ଲୁଗୁଣ୍ଡି ଅଞ୍ଚଳରେ । ଏଠାରେ ବର୍ଷକରେ ଥରେ ଓଥେକୋଲା ପର୍ବ ପାଳନ କରାଯାଏ । ଏହି ପର୍ବରେ ଅଗ୍ନି କୁଣ୍ଡ ଉପରେ କିଛି ବ୍ୟକ୍ତି ଏପଟ-ସେପଟେ ହୋଇ ଦୌଡିଥାନ୍ତି । ଏହି ଅଗ୍ନିକୁଣ୍ଡରେ ସ୍ବତଃପ୍ରବୃତ ଭାବେ ପାଦ ପକାଇବା ଦ୍ବାରା କିମ୍ବା ଈଶ୍ବରଙ୍କ ସମ୍ମୁଖରେ ନିଜକୁ କଷ୍ଟ ଦେବା ଫଳରେ ସମସ୍ୟାର ସମାଧାନ ହୋଇଯାଏ ବୋଲି ବିଶ୍ବାସ ରହିଛି । ଏଠାରେ ପ୍ରଭୁ ମହାବିଷ୍ଣୁଙ୍କ ପୂଜାର୍ଚ୍ଚନା କରାଯାଉଛି । ବିଭିନ୍ନ ସ୍ଥାନରୁ ଲୋକେ ଏହି ମେଳା ଦେଖିବା ପାଇଁ ଆସିଥାନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.