ବ୍ଲକ ଅଧ୍ୟକ୍ଷ ନିର୍ବାଚନ ନେଇ ଜଗତସିଂହପୁର ସାଂସଦଙ୍କ ୨ ଲକ୍ଷର ଡିଲ ! ଅଡିଓ ଭାଇରଲ - ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଜଗତସିଂହପୁର ସାଂସଦଙ୍କ ଡିଲ
🎬 Watch Now: Feature Video
ଜଗତସିଂହପୁର: ସାଂସଦ ରାଜଶ୍ରୀ ମଲ୍ଲିକ ଜଣେ ବ୍ୟକ୍ତିଙ୍କ ସହ ଡିଲ କରୁଥିବାର ଅଡିଓ ଏବେ ବିଜୁଳି ବେଗରେ ଭାଇରଲ ହେବାରେ ଲାଗିଛି । ସାଂସଦ ଜଣେ କର୍ମୀ ଙ୍କ ସହ କଥାହେବା ବେଳେ ସମିତି ସଭ୍ୟଙ୍କୁ 2ଲକ୍ଷ ରେ ଆଣିବାକୁ କହୁଥିବାର ଅଡିଓ ଭାଇରଲ ହୋଇଛି। ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଙ୍କ ସହ ବିଧାୟକ ବିଜୟ ଶଙ୍କର ଦାସ ଙ୍କ ଭଲ ସଂପର୍କ ନଥିବା ଅଡିଓ ରୁ ମଧ୍ୟ ସ୍ପଷ୍ଟ ହୋଇଛି। ବିଧାୟକ ବିଜୟ ଶଙ୍କର ଦାସ ତ୍ରିତଲ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ବସନ୍ତ ମହାପାତ୍ର ଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ସାଂସଦ ଅନ୍ୟଜଣେ ଙ୍କୁ ପ୍ରାର୍ଥୀ କରାଯିବ ବୋଲି କହିବା ସହ ବସ୍ ରେଡି ଅଛି ଦୁଇ ସମିତି ସଭ୍ୟ ଙ୍କୁ 2ଲକ୍ଷ ଦେଇ ନେଇ ଆସିଲେ ଆମର ମ୍ୟାଜିକ ସଂଖ୍ୟା ପୂରଣ ହେବ ବୋଲି କହୁଥିବାର ଅଡିଓ ସାମ୍ନା କୁ ଆସିଛି।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ
Last Updated : Feb 3, 2023, 8:19 PM IST