କୋରୋନା ପାଇଁ ବନ୍ଦ ପ୍ରାଣୀ ଉଦ୍ୟାନ; ପାଣିକୁଣ୍ଡରେ ଖେଳୁଛି ଭାଲୁ, ଦେଖନ୍ତୁ ଭିଡିଓ... - କୋରୋନା ପାଇଁ ବନ୍ଦ ପ୍ରାଣୀ ଉଦ୍ୟାନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7108715-414-7108715-1588913711014.jpg)
ପୋର୍ଟଲ୍ୟାଣ୍ଡ: କୋରୋନା ପାଇଁ ସମସ୍ତ ପ୍ରାଣୀ ଉଦ୍ୟାନ ବନ୍ଦ ରହିଛି । ଏପରି ସ୍ଥିତିରେ ପୋର୍ଟଲ୍ୟାଣ୍ଡର ଓରେଗନ ପ୍ରାଣୀ ଉଦ୍ୟାନରେ 10 ବର୍ଷୀୟ ଭାଲୁ ପାଣି କୁଣ୍ଡରେ ଖେଳୁଥିବା ଦେଖିବାକୁ ମିଳିଛି । ଭାଲୁଟି ଏକ ଖେଳନା ଧରି ପାଣିକୁଣ୍ଡରେ ଲଟପଟ ହେଉଥିବା ଦେଖାଯାଉଛି । ତେବେ ଭାଲୁଟିର ନାମ ଟାକୋଡା ହୋଇଥିବା ପ୍ରାଣୀ ଉଦ୍ୟାନ ପକ୍ଷରୁ ସୂଚନା ମିଳିଛି । ଭାଲୁଟିକୁ 2010 ମସିହାରେ ମାଣ୍ଟାନାରୁ ଉଦ୍ଧାର କରାଯାଇଥିଲା । ସଂପ୍ରତି କୋରୋନା ପାଇଁ ପ୍ରାଣୀ ଉଦ୍ୟାନ ଗୁଡିକ ବନ୍ଦ ରହିଥିବାରୁ ଆର୍ଥିକ ସଂକଟର ସମ୍ମୁଖୀନ ହେଉଛନ୍ତି । ଦେଖନ୍ତୁ ଭିଡିଓ...