ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଆସିପାରେ ତୃତୀୟ ଲହର - third wave
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-12068490-thumbnail-3x2-bbsr.jpg)
ଭୁବନେଶ୍ବର: ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ ସେପ୍ଟେମ୍ବର ଓ ଅକ୍ଟୋବର ମାସ ବେଳକୁ ଆସିପାରେ କୋରୋନାର ତୃତୀୟ ଲହର । ଏହି ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ସେଥିପାଇଁ ଆମେ ପ୍ରସ୍ତୁତି ଆରମ୍ଭ ହୋଇଛି । ଛୋଟ ଶିଶୁମାନଙ୍କର ଚିକିତ୍ସା ଅନ୍ୟ ରୋଗୀଙ୍କ ଅପେକ୍ଷା ଭିନ୍ନ ହୋଇଥିବାରୁ ତାଙ୍କ ପ୍ରତି ଅଧିକ ଗୁରୁତ୍ବ ଦିଆଯିବ । ସେଥିପାଇଁ ଏବେଠୁ ଆମେ ଡାକ୍ତର ମାନଙ୍କୁ ଟ୍ରେନିଂ ଦେବା ସହ ଜେନେରାଲ ଓ ଆଇସିୟୁ ବେଡ଼ ମଧ୍ୟ ପ୍ରସ୍ତୁତ କରି ରଖୁଛୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଭୁବନେଶ୍ବରରୁ ମନୋରଞ୍ଜନ ସଙ୍ଖୁଆ, ଇଟିଭି ଭାରତ