ନୂଆପଡାରେ ଆତଙ୍କ; ଜଣ୍ଡିସ ଜାଲରେ 20ରୁ ଊର୍ଦ୍ଧ୍ବ ଶିଶୁ - JUNDICE
🎬 Watch Now: Feature Video
ନୂଆପଡା: 30 ବର୍ଷ ପୂର୍ବରୁ ମୁଣ୍ଡ ଟେକିଥିଲା ଫ୍ଲୋରାଇଡ଼ି ମିଶ୍ରିତ ପାଣି ସମସ୍ୟା । ଏହାକୁ ନେଇ ସେତେବେଳେ ବହୁ ବିରୋଧ କରିଥିଲେ ନୂଆପଡ଼ାବାସୀ । ପାନୀୟ ସମସ୍ୟାର ସମାଧାନ ପାଇଁ ଦାବି ମଧ୍ୟ କରିଥିଲେ । ମାତ୍ର ଏହି ସମସ୍ୟା ପ୍ରତି କେହି କର୍ଣ୍ଣପାତ କରିନଥିଲେ । ଫଳରେ ଏହା ଆଜି ଗୁରୁତର ରୂପ ନେବାକୁ ବସିଲାଣି । ସେପଟେ ଏହି ଫ୍ଲୋରାଇଡ଼ ମିଶା ପାଣି ପିଇ କର୍ଲାକୋଟ ଅଞ୍ଚଳର ପାଖାପାଖି 15ରୁ ଊର୍ଦ୍ଧ୍ବ ଶିଶୁ ଜଣ୍ଡିସରେ ଆକ୍ରାନ୍ତ । କେବଳ ଝଡ଼ାଫୁଙ୍କାରେ ଚାଲିଛି ଜଣ୍ଡିସ ମୁକାବିଲା ।