କୋରୋନା ମୁକାବିଲା ପାଇଁ ବୈଷୟିକ ସହାୟତା ଯୋଗାଇଲା ସରକାରୀ ITI - ବୈଷୟିକ ସହାୟତା

🎬 Watch Now: Feature Video

thumbnail

By

Published : Apr 29, 2020, 8:54 PM IST

ବ୍ରହ୍ମପୁର: କୋରୋନା ମୁକାବିଲା ପାଇଁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ତତ୍ପର । ଏନେଇ ସରକାରୀ ଆଇଟିଆଇ, ଜିଲ୍ଲା ପ୍ରଶାସନକୁ ଯୋଗାଇଲେ ବୈଷୟିକ ସହାୟତା । କୋଭିଡ ହସପିଟାଲରେ ରୋଗୀ ମାନଙ୍କୁ ଡାକ୍ତର ଓ ନର୍ସ ମାନେ କିଭଳି ସୁରକ୍ଷିତ ଭାବରେ ଚିକିତ୍ସା କରାଇବେ ସେ ନେଇ ସମ୍ପୂର୍ଣ୍ଣ ଆଧୁନିକ ଜ୍ଞାନ କୈାଶଳରେ ପ୍ରସ୍ତୁତ କରାଯାଇଛି ଏକ ଏରୋସିଲ୍ ବକ୍ସ । ଯାହାର ମୁଲ୍ୟ ମାତ୍ର 3000 ଟଙ୍କା । ସେହିଭଳି ରେଳଷ୍ଟେସନ ଠାରୁ ଆରମ୍ଭ କରି ବଡ ବଡ ବସଷ୍ଟାଣ୍ଡ ଠାରେ କୋଭିଡ ପରୀକ୍ଷା କରିବା ପାଇଁ ଏକ ମୋବାଇଲ ୟୁନିଟ ସହିତ କୋଭିଡ ଯୁଦ୍ଧରେ ସାମିଲ ହୋଇଥିବା ଯୋଦ୍ଧାଙ୍କ ପାଇଁ ଏହି ଆଇଟିଆଇ ପ୍ରସ୍ତୁତ କରିଛନ୍ତି ଫେସ୍ ସେଇଲଡ୍ । ଏନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିବା ବେଳେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ପ୍ରଦାନ କରାଯିବ ବୋଲି ଆଇଟିଆଇର କର୍ତ୍ତୂପକ୍ଷ ସୂଚନା ଦେଇଛନ୍ତି । ତେବେ ସେପଟେ ଅଧିକ ସୂଚନା ପାଇଁ ଆଇଟିଆଇର ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଛନ୍ତି ଆମ କର୍ତ୍ତୃପକ୍ଷ । ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.