ଚିଲିକା ବିଧାୟକଙ୍କ ପ୍ରବଚନ ଭିଡିଓ ଭାଇରାଲ - ପ୍ରବଚନ ଦେଲେ ବାହୁବଳୀ ବିଧାୟକ
🎬 Watch Now: Feature Video
ଖୋର୍ଦ୍ଧା : ଚର୍ଚ୍ଚାରେ ଚିଲିକା ବିଧାୟକଙ୍କ ପ୍ରବଚନ । ସବୁବେଳେ ନିଜର ନିଆରା କାର୍ଯ୍ୟ ଦ୍ୱାରା ଜଣାଶୁଣା ଚିଲିକା ବିଧାୟକ ଏବେ ପୁଣି ଥରେ ଖବର ଶରବ୍ୟ ପାଲଟିଛନ୍ତି । କେତେବେଳେ କାହାକୁ ମାଡ଼ ମାରିବା ତ ଆଉ କେତେବେଳେ ଗାଳି କରିବା ନେଇ ଚର୍ଚ୍ଚାରେ ରହିଆସୁଥିବା ଚିଲିକା ବହୁବଳୀ ବିଧାୟକ ଏଥର କିନ୍ତୁ ପ୍ରବଚନ ଦେଇ ଲୋକଲୋଚନରେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ବେକରେ ମାଳି ପକାଇ ପ୍ରବଚନ ଦେବା ଭିଡ଼ିଓ ଲଙ୍କାରେ ହରିଶବ୍ଦ ଭଳି ଲାଗୁଛି ବୋଲି ଆଲୋଚନା ହେଉଛି । ପ୍ରଶାନ୍ତ ବୋଲଗଡ଼ର ଏକ କାର୍ଯ୍ୟକ୍ରମରେ ଏଭଳି ପ୍ରବଚନ ଦେଉଥିବା ଭିଡ଼ିଓ ଭାଇରଲ ହେଉଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ