thumbnail

By

Published : Feb 16, 2022, 7:42 AM IST

Updated : Feb 3, 2023, 8:16 PM IST

ETV Bharat / Videos

Panchayat Election: ନିର୍ବାଚନ ରଣାଙ୍ଗନରେ ପୂର୍ବତନ ସରପଞ୍ଚ

ଗୋଟିଏ ସରପଞ୍ଚ ପଦବୀ ପାଇଁ ଜଣ ପ୍ରାର୍ଥୀ ଏବଂ ସମିତି ଆସନ ପାଇଁ ୭ ପ୍ରାର୍ଥୀ l ମୋଟ ୧୩ ଜଣ ପ୍ରାର୍ଥୀଙ୍କୁ ନେଇ କମ୍ପୁଛି ପଞ୍ଚାୟତ l ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ତାଳକଣି ପଞ୍ଚାୟତରେ ରାଜନୈତିକ ଉଷ୍ମତା ଦେଖାଦେଇଛି l ଏହାରି ମଧ୍ୟରେ ପୁଣି ପ୍ରାର୍ଥୀ ହୋଇ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ଜୋରଦାର ପ୍ରଚାର କରୁଛନ୍ତି ପୂର୍ବତନ ସରପଞ୍ଚ ତଥା ଯୁବ ସମାଜସେବୀ ପ୍ରଦୀପ କୁମାର ସାମନ୍ତରାୟ l ସରପଞ୍ଚ ଥିବା ବେଳେ ଅନେକ କାମ କରି ଚର୍ଚ୍ଚାରେ ଥିଲେ l ମନରେଗା ଯୋଜନା ଆଦିରେ ତାଳକଣି ପଞ୍ଚାୟତ ଅନେକ କାର୍ଯ୍ୟ ହୋଇଛି l ଏବେ ଅଧୁରା ସ୍ବପ୍ନ ପୂରଣ ପାଇଁ ପୁଣି ନିର୍ବାଚନ ରଣାଙ୍ଗନକୁ ସେ ଓହ୍ଲାଇଛନ୍ତି l ପଞ୍ଚାୟତବାସୀ ତାଙ୍କୁ ଛିଡା କରିଥିବାରୁ ବିଜୟୀ ହେବା ନେଇ ସେ ଦୃଢ଼ ନିଶ୍ଚିତ l ଏହି ପରିପ୍ରେକ୍ଷୀରେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ନୟାଗଡ଼ ପ୍ରତିନିଧି ଜୟେନ୍ଦ୍ର ବେହେରା ।
Last Updated : Feb 3, 2023, 8:16 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.