thumbnail

By

Published : Feb 24, 2022, 2:03 PM IST

Updated : Feb 3, 2023, 8:17 PM IST

ETV Bharat / Videos

ରାଇରଙ୍ଗପୁରରେ କେମିତି ଚାଲିଛି ଭୋଟିଂ ? ଭୋଟରଙ୍କ ମୁଡ ପରଖିଲା ଇଟିଭି ଭାରତ

ରାଇରଙ୍ଗପୁର: ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ । ଏହି କ୍ରମରେ ମୟୂରଭ଼ଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ମଧ୍ୟ ମତଦାନ ପ୍ରକ୍ରିୟା ଜାରିରହିଛି । ରାଇରଙ୍ଗପୁର ଉପଖଣ୍ଡର ତିନୋଟି ବ୍ଲକ ବିଜାତଳା, ବିଶୋଇ ଓ ବାଦାମପାହାଡ ବ୍ଲକର ୫୩୦ଟି ବୁଥରେ ମତଦାନ କାର୍ଯ୍ୟ ଜାରି ରହିଛି। ମତଦାନ କେନ୍ଦ୍ରରେ ପିଙ୍କ ବୁଥକୁ ନେଇ ଭୋଟରଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ବୁଥ ଗୁଡିକରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମସ୍ତ ବୁଥ ଗୁଡ଼ିକର ଶାନ୍ତି ଶୃଙ୍ଖଳା ସହିତ ମତଦାନ କାର୍ଯ୍ୟ ଚାଲୁଅଛି । ବିଜାତଳା ବ୍ଲକ ୩୨ ନଂ ଜିଲ୍ଲାପରିଷଦ ଜୋନ ମୁଣ୍ଡାଠାକୁରା ଗାଁରେ ଭୋଟରଙ୍କ ସହ ଅଧିକ ଆଲୋଟନା କରିଛନ୍ତି ଆମ ରାଇରଙ୍ଗପୁର ପ୍ରତିନିଧି ସଞ୍ଜୟ କୁମାର ପରିଡା
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.