Watch Video: ପୁଅକୁ ଜୀଅନ୍ତା ପୋଡି ମାରିଦେଲା ବାପା, ହୃଦୟ ବିଦାରକ ଦୃଶ୍ୟ - ବେଙ୍ଗାଲୁରରେ ପୁଅକୁ ପୋଡି ମାରି ଦେଲା ବାପା
🎬 Watch Now: Feature Video
ବେଙ୍ଗାଲୁର: ଟଙ୍କା ପାଇଁ ପୁଅକୁ ପୋଡି ମାରିଦେଲା ବାପା । ବେଙ୍ଗାଲୁରର ଚମାରାଜାପେଟ ଥାନା ଅନ୍ତର୍ଗତ ଆଜାଦ୍ ନଗରରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ୧୨ ହଜାର ଟଙ୍କା ପାଇଁ ପୁଅକୁ ପେଟ୍ରୋଲ ଢାଳି ବାପା ପୋଡି ମାରି ଦେଇଥିବା ଅଭିଯୋଗ ହୋଇଛି । ସୁରେନ୍ଦ୍ର ନାମକ ଜଣେ ବ୍ୟକ୍ତି ତାଙ୍କ ପୁଅ ଅର୍ପିତକୁ ବୀଭତ୍ସ ଭାବେ ହତ୍ୟା କରିଛନ୍ତି । ତେବେ ପାଖ ପଡୋଶୀ ଅର୍ପିତଙ୍କୁ ପ୍ରଥମ ଉଦ୍ଧାର କରି ଭିକ୍ଟୋରିଆ ସରକାରୀ ଚିକିତ୍ସାଳୟ ଭର୍ତ୍ତି କରିଥିଲେ । ତେବେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା । ଅର୍ପିତ ୧୨ ହଜାର ଟଙ୍କା ହରାଇ ଦେଇଥିବାରୁ ସୁରେନ୍ଦ୍ର ରାଗରେ ଏହି କାଣ୍ଡ ଭିଆଇଛନ୍ତି ବୋଲି ପୋଲିସ କହିଛି । ଏପଟେ ସୁରେନ୍ଦ୍ରଙ୍କୁ ପୋଲିସ ଗିରଫ କରିବା ସହ ସିସିଟିଭି ଭିଡିଓ ଆଧାରରେ ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:22 PM IST