ସରିଲା ରଜ ମଉଜ, ଗାଁଠୁ ସହର ସବୁଠି ଧୁମଧାମରେ ପାଳିତ - ଗାଁ ଠୁ ସହର ସବୁଠି ଧୁମଧାମରେ ପାଳିତ
🎬 Watch Now: Feature Video

ଢେଙ୍କାନାଳ: ରାଜ୍ୟରେ ବାରମାସରେ ୧୩ ପର୍ବ ପାଳନ କରାଯାଏ । ଏସବୁ ମଧ୍ୟରେ ଓଡ଼ିଆ ପରମ୍ପରାରେ ରଜ ଉତ୍ସବ ଏକ ନିଆରା ପର୍ବ । ଆଉ ପ୍ରତ୍ୟେକ ଓଡ଼ିଆ ଏହି ରଜ ଉତ୍ସବକୁ ବେଶ ଆନନ୍ଦ ଉଲ୍ଲାସର ସହ ୩ ଦିନ ଧରି ଧୂମ ଧାମରେ ପାଳନ କରିଥାନ୍ତି । ଘରେଘରେ ପିଠା ପଣାର ଆସର । ଆଉ ନୂଆ ଜମା ପଟା ପିନ୍ଧି ପାଦରେ ଅଲତା ଓ ହାତରେ ନୂଆ ଚୁଡ଼ି ସାଙ୍ଗକୁ ପାଟିରେ ଖିଲି ପାନ ପକାଇଦେଇ ଝିଅମାନେ ନେଇଥାନ୍ତି ଦୋଳିର ମଜା । ତାସ ପୁଚି ଓ ଦୋଳି ଖେଳରେ ତିନିଦିନ ଧରି ବେଶ ହସ ଖୁସିର ମାହୋଲରେ ବୁଡି ରୁହନ୍ତି। ଏସବୁ ମଧ୍ୟରେ ଖାଲିଯେ ଗାଁ ଗହଳିରେ ଏହି ରଜ ଉତ୍ସବକୁ ପରମ୍ପରାର ସହ ପାଳିଥାନ୍ତି ତା ନୁହେଁ । ସହରାଞ୍ଚଳରେ ମଧ୍ୟ ଏହି ଓଡ଼ିଆ ପରମ୍ପରାକୁ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛନ୍ତି । ଆଉ ଏହାର ଏକ ଉଦାହରଣ ସଜିଛନ୍ତି ଢେଙ୍କାନାଳ ପୌରାଞ୍ଚଳର ବନମାଳୀ ପ୍ରସାଦ ଗାଁ । ଏହି ବସ୍ତିରେ ଦୀର୍ଘ ବର୍ଷ ଧରି ପରମ୍ପରାର ସହ ରଜ ଉତ୍ସବକୁ ପାଳିଆସୁଛନ୍ତି । ଚଳିତ ବର୍ଷ ମଧ୍ୟ ତିନିଦିନ ଧରି ବସ୍ତି ବାସିନ୍ଦା ଏହି ରଜ ଉତ୍ସବକୁ ବେଶ ଧୂମ ଧାମରେ ପାଳିଛନ୍ତି।
ଇଟିଭି ଭାରତ, ଢେଙ୍କାନାଳ