ହାଇଦ୍ରାବାଦ: ରିଅଲମି ନିକଟରେ Realme P3 ସିରିଜ ଲଞ୍ଚ କରିଥିଲା । ଏହି ଫୋନରେ କମ୍ପାନୀ ଦୁଇଟି ସ୍ମାର୍ଟଫୋନ Realme P3x ଓ Realme P3 Proକୁ ଉପଲବ୍ଧ କରାଇଛି । ତେବେ ଆଜିଠୁ Realme P3 Proର ସେଲ୍ ଆରମ୍ଭ ହୋଇଛି । ଏଥିରେ କମ୍ପାନୀ କ୍ବାଡ୍-କର୍ଭଡ୍ ଏଜଫ୍ଲୋ ଡିସପ୍ଲେ, 1.5k ରିଜୋଲ୍ୟୁସନ, 120Hz ରିଫ୍ରେସ୍ ରେଟ୍, ପ୍ରୋସେସର ଲାଗି Snapdragon 7s Gen 3 ଚିପସେଟ୍ ଓ 6000mAh ବ୍ୟାଟେରୀ ରହିଛି । ଏହାର ପ୍ରଥମ ସେଲ୍ ସମ୍ପର୍କରେ ନିମ୍ନରେ ଜାଣନ୍ତୁ ।
Realme P3 Pro 5G ସ୍ମାର୍ଟଫୋନକୁ ଗ୍ରାହକ ଅଫିସିଆଲ୍ ୱେବସାଇଟ୍, ଫ୍ଲିପକାର୍ଟ ଓ ଅଫଲାଇନ ଷ୍ଟୋର୍ରୁ ବି କିଣାଯାଇପାରିବ । କମ୍ପାନୀ ଏହି ଫୋନକୁ ତିନୋଟି ଭାରିଏଣ୍ଟରେ ଉପଲବ୍ଧ କରାଇଛି, ଯାହାର ଦାମ 23,999 ଟଙ୍କାରୁ ଆରମ୍ଭ ହେଉଛି । ସମସ୍ତ ଭାରିଏଣ୍ଟ ଉପରେ ଲଞ୍ଚ ଅଫର ମଧ୍ୟ ଦିଆଯାଇଛି ।
Realme P3 Pro: ଭାରିଏଣ୍ଟ ଓ ଦାମ
ଏହା 3ଟି ଭାରିଏଣ୍ଟ ସହ ବଜାରରେ ଉପଲବ୍ଧ ହୋଇଛି । ପ୍ରଥମ ଭାରିଏଣ୍ଟ 8GB RAM+128GB ଷ୍ଟୋରେଜ ଅପସନ ସହ ଆସିଥିବାବେଳେ ଏହାର ଦାମ 23,999 ଟଙ୍କା ରହିଛି । କିନ୍ତୁ ଗ୍ରାହକ 2000ଟଙ୍କା ବ୍ୟାଙ୍କ ଅଫର୍ ଓ 2000ଟଙ୍କାର ଏକ୍ସଚେଞ୍ଜ ଅଫର ପାଇପାରିବେ । ଏହି ଅଫର ପରେ ବେସ୍ ଭାରିଏଣ୍ଟର ଦାମ 21,999ଟଙ୍କା ହୋଇଯିବ । ଏହାବ୍ୟତୀତ ଏହି ଫୋନରେ 6ମାସ ପର୍ଯ୍ୟନ୍ତ ବିନା ମୂଲ୍ୟରେ EMI ଅପସନ ରହିଛି । ତେବେ ବାକି 2 ଭାରିଏଣ୍ଟର ଦାମ ଓ କଣ ଅଫର ରହିଛି ନିମ୍ନରେ ଦିଆଯାଇଥିବା ଟେବୁଲରେ ଜାଣନ୍ତୁ:
ଭାରିଏଣ୍ଟ | ଅସଲି ମୂଲ୍ୟ (ଟଙ୍କାରେ) | ଅଫର ରିହାତି (ଟଙ୍କାରେ) | ଅଫର ପରେ ମୂଲ୍ୟ (ଟଙ୍କାରେ) | ବିନା ମୂଲ୍ୟରେ EMI |
---|---|---|---|---|
8GB RAM + 128GB ଷ୍ଟୋରେଜ୍ | 23,999 | 2,000 | 21,999 | 6 ମାସ |
8GB RAM + 256GB ଷ୍ଟୋରେଜ୍ | 24,999 | 2,000 | 22,999 | 6 ମାସ |
12GB RAM + 256GB ଷ୍ଟୋରେଜ୍ | 26,999 | 2,000 | 24,999 | 6 ମାସ |
#BornToSlay, ready to glow!
— realme (@realmeIndia) February 25, 2025
The first glow-in-the-dark #realmeP3Pro5G is here! With Snapdragon 7s Gen 3 & 6000mAh battery fast & powerful!
Starting at ₹21,999* incl. ₹2K off with bank offers
Head to @Flipkart NOW: https://t.co/ehoHf9Cooyhttps://t.co/FAVdGSKeiI
*T&C Apply pic.twitter.com/LzdOYmpuWh
Realme P3 Pro: ସ୍ପେଶିଫିକେସନ ଓ ଫିଚର
- ଡିସପ୍ଲେ: 6.83 ଇଞ୍ଚ 1.5K କ୍ବାଡ୍-କର୍ଭଡ୍ AMOLED ଡିସପ୍ଲେ, 1500ନିଟ୍ସ ପିକ୍ ବ୍ରାଇଟନେସ୍, 120Hz ରିଫ୍ରେସ୍ ରେଟ୍ ।
- ପ୍ରୋସେସର: କ୍ବାଲକମ୍ ସ୍ନାପଡ୍ରାଗନ 7ଏସ ଜେନ 3
- କ୍ୟାମେରା: 50MP Sony IMX896 ଡୁଆଲ କ୍ୟାମେରା, 16MP Sony IMX480 ଫ୍ରଣ୍ଟ କ୍ୟାମେରା ରହିଛି ।
- ବ୍ୟାଟେରୀ: 6000mAh ବ୍ୟାଟେରୀ, 80W SUPERVOOC ଚାର୍ଜିଂ ସପୋର୍ଟ
- RAM: 8GB / 12GB
- ଷ୍ଟୋରେଜ: 128GB / 256GB
- ସଫ୍ଟୱେର: ଆଣ୍ଡ୍ରଏଡ 15 ଆଧାରିତ ରିଅଲମି UI 6.0 ଦ୍ବାରା ଚାଳିତ ।
- କଲର ଅପସନ: Nebula Glow, Saturn Brown, Galaxy Purple
- ଅନ୍ୟାନ୍ୟ ଫିଚର: ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର, ସର୍କଲ-ଟୁ-ସର୍ଚ୍ଚ, ୱେଟ୍ ଟଚ୍ ଟେକ୍ନୋଲୋଜି, ଭିସି କୁଲିଂ ସିଷ୍ଟମ, ଏଆଇ ଇରେଜ 2.0, ଏଆଇ ରିଫ୍ଲେକ୍ସନ ରିମୁଭର । ପାଣି ଓ ଧୂଳି ପ୍ରତିବନ୍ଧକ ଲାଗି IP66, IP68, IP69 ରେଟିଂ ।