ଭୁବନେଶ୍ୱର: ଏଫଆଇଏଚ ପ୍ରୋ ଲିଗ 2024-25ରେ ପୁଣି ଭାରତୀୟ ମହିଳା ହକି ଦଳ ପରାସ୍ତ । ବିଶ୍ୱର ଏକ ନମ୍ବର ମହିଳା ଦଳ ନେଦରଲାଣ୍ଡ 4-2 ଗୋଲରେ ଭାରତକୁ ପରାଜିତ କରିଛି । ଏଫଆଇଏଚ ପ୍ରୋ ଲିଗ 2024-25ରେ ମ୍ୟାଚ ଆରମ୍ଭରୁ ନେଦରଲାଣ୍ଡ ଶ୍ରେଷ୍ଠ ହକି ପ୍ରଦର୍ଶନ କରିବା ସହ ଭାରତ ଉପରେ ଭାରି ପଡିଥିଲା ।
A spirited performance from our girls but the Netherlands takes the win this time
— Hockey India (@TheHockeyIndia) February 24, 2025
Tomorrow our girls will be back stronger to claim victory!#FIHProLeague #HockeyIndia #IndiaKaGame
.
.
.@CMO_Odisha @sports_odisha @IndiaSports @FIH_Hockey pic.twitter.com/8TUuPLnLYX
ଏକଦା ମ୍ୟାଚ 2-1 ସ୍ଥିତିରେ ରହିଥିବା ବେଳେ ଏକାଧିକ ସୁଯୋଗ ଭାରତ ହାତଛଡ଼ା କରିବା ସହ ମ୍ୟାଚ ଜିତିବାରୁ ବଞ୍ଚିତ ହୋଇଛି ଭାରତୀୟ ମହିଳା ହକି ଦଳ । ଭାରତ ପକ୍ଷରୁ ଗୋଲକିପର ସବିତା ପୁନିଆ ଆଜିର ମ୍ୟାଚରେ 300 ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ସହ ହକି ଇଣ୍ଡିଆ ପକ୍ଷରୁ ତାଙ୍କୁ ଏକ ସ୍ପେସିଆଲ ଜର୍ସି ଉପହାର ଦିଆଯାଇଛି । ପ୍ରଥମ ମହିଳା ଗୋଲ କିପର ଭାବେ ସେ ଏହି ରେକର୍ଡ କରିବା ସହ 17 ବର୍ଷର ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଥିବା କହିଛନ୍ତି। ଏହା ସହ ସବୁବେଳେ ପଡିଆକୁ ଆସି ତାଙ୍କ ପାଇଁ ଚିୟର କରୁଥିବା ସମସ୍ତ ହକି ଫ୍ୟାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।
300 matches and a legacy in the making!
— Hockey India (@TheHockeyIndia) February 24, 2025
An emotional moment for Savita as she reaches this incredible milestone.#FIHProLeague #HockeyIndia #IndiaKaGame
.
.
.@savitahockey @Media_SAI @sports_odisha @WeAreTeamIndia @FIH_Hockey pic.twitter.com/IX9OHNnrCp
300 ଅନ୍ତର୍ଜାତୀୟ ମ୍ୟାଚ ଖେଳିଲେ ସବିତା-
ଭାରତୀୟ ମହିଳା ହକି ଦଳର ଗୋଲକିପର ସବିତା ପୁନିଆ ନିଜର 300 ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ହକି ଇଣ୍ଡିଆ ପକ୍ଷରୁ ତାଙ୍କୁ ଏକ ସ୍ପେସିଆଲ ଜର୍ସି ଉପହାର ଦିଆଯାଇଛି ।
A spirited performance from our girls but the Netherlands takes the win this time
— Hockey India (@TheHockeyIndia) February 24, 2025
Tomorrow our girls will be back stronger to claim victory!#FIHProLeague #HockeyIndia #IndiaKaGame
.
.
.@CMO_Odisha @sports_odisha @IndiaSports @FIH_Hockey pic.twitter.com/8TUuPLnLYX
ଏହା ବି ପଢନ୍ତୁ- FIH ହକି ପ୍ରୋ ଲିଗ୍: ଉଭୟ ପୁରୁଷ-ମହିଳା ବର୍ଗରେ ହାରିଲା ଭାରତ - FIH HOCKEY PRO LEAGUE 2025

ସେପଟେ ଏଫଆଇଏଚ ପ୍ରୋ ଲିଗ 2024-25ରେ ଭାରତୀୟ ପୁରୁଷ ଦଳ ପରାଜୟ । କଳିଙ୍ଗ ଷ୍ଟାଡିଅମରେ ଖେଳାଯାଇଥିବା ଆଜିର ମ୍ୟାଚରେ ଇଂଲଣ୍ଡ ଠାରୁ 3-2 ଗୋଲରେ ପରାଜୟ ବରଣ କରିଛି ଭାରତୀୟ ପୁରୁଷ ଟିମ । ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଇଂଲଣ୍ଡ ପ୍ରଦର୍ଶନ କରିବା ସହ ପ୍ରଥମ କ୍ଵାର୍ଟରରେ ଗୋଟେ ଗୋଲ ସ୍କୋର କରି, 1-0 ରେ ଆଗୁଆ ରହିଥିଲା । ପରବର୍ତ୍ତୀ ସମୟରେ ଭାରତ କମବ୍ୟାକ କରିବା ସହ ମ୍ୟାଚକୁ 1-1 ରେ ବରାବର ସ୍ଥିତିକୁ ନେଇଥିଲା। ଇଂଲଣ୍ଡ ଦୁଇଟି ଗୋଲ ସ୍କୋର କରି ଲିଡ଼କୁ ବଢ଼ାଇବା ସହ ମ୍ୟାଚକୁ ଜିତି ନେଇଛି । ଭାରତୀୟ ଦଳ ବରାବର କରିବାକୁ ପ୍ରୟାସ କରିଥିଲେ ହେଁ ବିଫଳ ହୋଇଛି । ସେହିପରି ଆସନ୍ତାକାଲି ଭାରତୀୟ ହକି ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ଅଧିନାୟକ ।

ଜର୍ମାନୀଠୁ ପରାସ୍ତ ହୋଇଥିଲା ଭାରତ-
FIH ପ୍ରୋ ଲିଗରେ ଭାରତୀୟ ପୁରୁଷ ଦଳ ନିରାଶ ହୋଇଥିଲା । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା FIH ପ୍ରୋ ଲିଗ ମ୍ୟାଚରେ ଭରତୀୟ ପୁରୁଷ ଦଳ ଗତ 19 ତାରିଖରେ ପରାଜୟବରଣ କରିଥିଲା । ଘରୋଇ ମହିଳା ଟିମ ସ୍ପେନଠାରୁ ହାରିଥିବା ବେଳେ ପୁରୁଷ ଦଳ ଜର୍ମାନୀଠାରୁ ପରାସ୍ତ ହୋଇଥିଲା ।

ଏକାଧିକ ସୁଯୋଗକୁ ହାତଛଡା କରିଥିଲା ପୁରୁଷ ଦଳ-
ଗତ ମଙ୍ଗଳବାର ପ୍ରଥମ ମ୍ୟାଚରେ ଭାରତ ମହିଳା ଟିମକୁ 4-3 ଗୋଲରେ ହରାଇଥିଲା ସ୍ପେନ । ମ୍ୟାଚ ଆରମ୍ଭରୁ ସ୍ପେନ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିବା ନଜର ଆସିଥିଲା । ସେପଟେ 3-2 ଗୋଲରେ ଆଗୁଆ ଥିବା ଭାରତ ଅନେକ ସୁଯୋଗ ହାତଛଡ଼ା କରି ମ୍ୟାଚ ଜିତିବାରୁ ବଞ୍ଚିତ ହୋଇଥିଲା । ସେହିପରି ପରବର୍ତ୍ତୀ ମ୍ୟାଚରେ ବିଶ୍ବ ଚମ୍ପିଆନ ଜର୍ମାନୀକୁ ଭେଟିଥିଲା ଘରୋଇ ପୁରୁଷ ଦଳ । ଜର୍ମାନୀ ଖେଳାଳି ଲଗାତାର ଗୋଲ ସ୍କୋର କରି ବ୍ୟବଧାନକୁ ବଢାଇଥିଲେ । ଭାରତକୁ ମଧ୍ୟ ଏକାଧିକ ସୁଯୋଗ ମିଳିଥିବା ବେଳେ ହାତଛଡା କରିଥିଲା ଦଳ । ଶେଷରେ ଭାରତୀୟ ଟିମ ପରାଜୟ ମାନିବାକୁ ବାଧ୍ୟ ହୋଇଥିଲା ଏବଂ ଜର୍ମାନୀଠାରୁ 4-1 ଗୋଲରେ ପରାଜୟ ହୋଇଥିଲା ।
