thumbnail

ମହାକାଳଙ୍କ ଶରଣରେ ସୁନୀଲ ଶେଟ୍ଟୀ, ପୁଅ ଆହାନଙ୍କ ସହ କଲେ ବାବାଙ୍କ ଦର୍ଶନ

By ETV Bharat Odisha Team

Published : Jan 19, 2024, 1:20 PM IST

Suniel Shetty Vistis Ujjain: ଭୋପାଳ: ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ ଆଜି ମଧ୍ୟପ୍ରଦେଶର ଉଜୈନ ସ୍ଥିତ ମହାକାଳ ବାବାଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି । ସେ ପୁଅ ଆହାନଙ୍କ ସହ ବାବାଙ୍କ ଭସ୍ମ ଆରତୀ ସମୟରେ ସାମିଲ ହୋଇ ଆଶୀର୍ବାଦ ନେଇଛନ୍ତି । ଏହି ସମୟରେ ମଧ୍ୟପ୍ରଦେଶ ମନ୍ତ୍ରୀ ରାକେଶ ସିଂ ମଧ୍ୟ ତାଙ୍କ ପରିବାର ସହ ମହାକାଳ ବାବାଙ୍କ ଦର୍ଶନ କରିଛନ୍ତି । ଏହି ସମୟରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଅଭିନେତା କହିଛନ୍ତି ଯେ, ମୁଁ ପ୍ରଥମ ଥର ପାଇଁ ମୋ ପୁଅ ସହ ବାବାଙ୍କ ପାଖକୁ ଆସିଥିବାରୁ ବହୁତ ଭଲ ଲାଗୁଛି । ଆଜି ବାବାଙ୍କ ଭସ୍ମ ଆରତୀ ସମୟରେ ବାବଙ୍କ ଦର୍ଶନ ପାଇ ଯାହା ଅନୁଭବ କଲି ତାହା ଆଜି ଯାଏଁ କେବେ ଅନୁଭବ କରିନଥିଲି । ସେ ଦର୍ଶନ ବ୍ୟବସ୍ଥାର ମଧ୍ୟ ପ୍ରଶଂସା କରିଛନ୍ତି । ସୁନୀଲ ଶେଟ୍ଟୀ ଏହା ମଧ୍ୟ କହିଛନ୍ତି ଯେ, ମୋତେ ଏଠାକୁ ଆସି ଏତେ ଭଲ ଲାଗିଲା ଯେ, ମୁଁ ସବୁ ବର୍ଷ ବାବାଙ୍କ ଦର୍ଶନ କରିବାକୁ ଆସିବି । 

ଏହା ମଧ୍ୟ ପଢନ୍ତୁ: ବିବାହ ପରେ ମହାକାଳେଶ୍ବର ମନ୍ଦିର ବୁଲିଛନ୍ତି ଆଥିଆ ଶେଟ୍ଟୀ ଏବଂ କେଏଲ୍ ରାହୁଲ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.