PUSPA 2 Shooting: ମାଲକାନଗିରିରେ ପହଞ୍ଚିଲା ଚନ୍ଦନ କାଠ

By

Published : May 8, 2023, 9:58 PM IST

thumbnail

ମାଲକାନଗିରି: ଦକ୍ଷିଣ ସିନେ ଜଗତର ସୁପରହିଟ ପିଲ୍ମ ପୁଷ୍ପାର ପ୍ରଥମ ଭାଗ ସଫଳତା ପରେ ପୁଷ୍ପା ଚଳଚ୍ଚିତ୍ର ୨ୟ ଭାଗର କିଛି ଅଂଶ ମାଲକାନଗିରି ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଖୁବଶୀଘ୍ର ସୁଟିଂ ହେବାକୁ ଯାଉଛି । ପ୍ରଥମେ ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳ ହନ୍ତାଳଗୁଡା ତାବେରୁ ଜଳପ୍ରପାତଠାରେ ହେବା ପାଇଁ ଗତ ମାସରେ ମୈତ୍ରୀ ମୁଭିମେକର ଟିମ ସେଠାରେ ପହଞ୍ଚି ସ୍ଥାନ ପରିଦର୍ଶନ କରିଥିଲେ । ପୁଣି କିଛିଦିନ ପୂର୍ବରୁ ଚଳଚ୍ଚିତ୍ର ନିର୍ମାଣକାରୀ ସଂସ୍ଥା ଏକ ସ୍ବତନ୍ତ୍ର ଟିମ ମାଲକାନଗିରି ଜିଲ୍ଲା କାଲିମେଳା ମଣ୍ୟମକୋଣ୍ଡା ପଞ୍ଚାୟତ ବଡ଼ଯାତ୍ରାଙ୍କ ସ୍ନାନ ସ୍ଥଳ ଓ ଓଡିଶା ପୋଲେରଠାରେ ପହଞ୍ଚି ସ୍ଥିତି ପରଖିଥିଲେ । ପ୍ରଡକ୍ସନ କମ୍ପାନୀର ନିର୍ଦ୍ଦେଶକ ସୁଟିଂ ସ୍ଥାନ ଦେଖି ଗଲା ପରେ ଆଜି ସୁଟିଂ ସ୍ଥାନରେ ସେଟିଂ ସେଡର ସାମଗ୍ରୀ ଆସି ପହଞ୍ଚିଛି । ଯେଉଁଠି ରହିଛି ଡୁପ୍ଲିକେଟ ଚନ୍ଦନ କାଠ, ଡୁପ୍ଲିକେଟ ପଥର ଭଳି ବହୁ ସାମଗ୍ରୀ । ଏଠାରୁ ହିଁ ସାଉଥ୍ ହିରୋ ଅଲ୍ଲୁ ଅର୍ଜୁନ ପୁଷ୍ପା ୨ ଚଳଚ୍ଚିତ୍ରରେ ନଜରକୁ ଆସିବେ । ଏଠାରୁ ଫେରାର ଥିବା ଚନ୍ଦନ କାଠ ତସ୍କର ପୁଷ୍ପା ତା ବେପାର ଚଲାଇବ। ଯାହାକୁ ପୋଲିସ ଖୋଜି ଏବେ ଆନ୍ଧ୍ର ଓଡ଼ିଶା ସୀମାରେ । ଏବେ ସୁଟିଂ ସେଡ୍ ସାମଗ୍ରୀ ପହଞ୍ଚିବା ପରେ ଫିଲ୍ମର ସୁଟିଂ ଦେଖିବାକୁ ଅଞ୍ଚଳବାସୀଙ୍କ ଭିଡ଼ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.