1999 super cyclone: ସଚେତନ କଲା ସମ୍ବଲପୁର ପ୍ରଶାସନ

By ETV Bharat Odisha Team

Published : Oct 29, 2023, 10:43 PM IST

thumbnail

ସମ୍ବଲପୁର:  ୧୯୯୯ ମହାବାତ୍ୟାକୁ ପୁରିଲା ୨୪ ବର୍ଷ । ଆଜି(ରବିବାର) ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ସହ ବିପର୍ଯ୍ୟୟ ପ୍ରସ୍ତୁତି ପାଳନ କରାଯାଇଛି । ସମ୍ବଲପୁର ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ  । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଚଳିତ ବର୍ଷର ବିଷୟ ଥିଲା " ସଶକ୍ତ ଗୋଷ୍ଠୀ, ସୁରକ୍ଷିତ ଓଡିଶା " । 1999 ମହାବାତ୍ୟା ଦ୍ୱାରା ଓଡିଶାର କ୍ଷୟକ୍ଷତି ଏବଂ ପରବର୍ତ୍ତୀ ସମୟରେ ସରକାରଙ୍କ ଦ୍ୱାରା ଗୋଷ୍ଠୀ ସଶକ୍ତିକରଣ ନିମନ୍ତେ ନିଆଯାଇଥିବା ବିଭିନ୍ନ ବିପର୍ଯ୍ୟୟ ପ୍ରଶମନ ସମ୍ପର୍କିତ ତାଲିମ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ, ଯନ୍ତ୍ରପାତିର ବ୍ୟବହାର, ପ୍ରାଥମିକ ଚିକିତ୍ସା, ବନ୍ୟା ଆଶ୍ରୟସ୍ଥଳୀର ପରିଚାଳନା ଓ ସଚେତନତା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ବିପର୍ଯ୍ୟୟ ପ୍ରଶମନର ଆବଶ୍ୟକତା ତଥା ବିପର୍ଯ୍ୟୟ ସମୟରେ ସ୍ଥାନୀୟ ଲୋକଙ୍କର ଯୋଗଦାନ ଏବଂ ଏହାର ଉପାଦେୟତା ବିଷୟରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ l ସୂଚନା ଯୋଗ୍ୟ ଯେ, ଆଜି ସକାଳେ ଏକ ସଚେତନତା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା l ଏହି ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ପତାକା ଦେଖଇ ଶୁଭାରମ୍ଭ କରିଥିଲେ l ବୈଠକରେ ବିପର୍ଯ୍ୟୟ ମୁକାବିଲାରେ ଆଗକୁ ଆସି ସହଯୋଗ କରିବାକୁ ନେଇ ଶପଥ ପାଠ କରାଯାଇଥିଲା l ଏହାଛଡା ଜିଲ୍ଲା ରେଡକ୍ରସର ସ୍ବେଚ୍ଛାସେବୀଙ୍କ ତରଫରୁ ସଚେତନତାମୂଳକ ଧର୍ମୀ ନାଟକ ପରିବେଷଣ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...୧୯୯୯ ମହାବାତ୍ୟାକୁ ୨୪ ବର୍ଷ, ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସର୍ଵଦା ପ୍ରସ୍ତୁତ କଟକ

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.