କନ୍ଧମାଳ ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ 10 ବର୍ଷ ଜେଲ - କନ୍ଧମାଳ ଦୁଷ୍କର୍ମକାରୀକୁ 10 ବର୍ଷ ଜେଲ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10765284-thumbnail-3x2-rape.jpg)
ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଜନୈକ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାର ଦୋଷୀକୁ ଦଶ ବର୍ଷ ଜେଲ ଦଣ୍ଡ । ଏନେଇ ଫୁଲବାଣୀ ସ୍ଵତନ୍ତ୍ର ପୋକ୍ସୋ କୋର୍ଟରେ ଶୁଣାଣି କରାଯାଇ ଅଦାଲତ ଦୋଷୀକୁ ଦଣ୍ଡ ଦେଇଛନ୍ତି । ବେଲଘର ଥାନା ଅଞ୍ଚଳର ଅଭିଯୁକ୍ତ ଶଙ୍କର ପ୍ରଧାନୀକୁ ନାବାଳିକା ଦୁଷ୍କର୍ମ ଅପରାଧରେ ଦୋଷୀ ସାବ୍ୟସ୍ତ କରି ମାନ୍ୟବର ସ୍ୱତନ୍ତ୍ର ଜଜ୍ ପୋକ୍ସୋ କୋର୍ଟ ଫୁଲବାଣୀର ଜଜ୍ ସମର ବିଳାସ ବେହେରା, ଶଙ୍କରକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି । ଏଥିସହ ୧୦, ୦୦୦ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ 6 ମାସ ଜେଲ ଦଣ୍ଡ ।