thumbnail

ମହାବାତ୍ୟା@20, ଛତିଶ ଘଣ୍ଟାରେ ଛାରଖାର ଓଡିଶା

By

Published : Oct 29, 2019, 7:54 PM IST

1999 ଅକ୍ଟୋବର 28 । 28,29ଓ30 3ଦିନ ଧରି ରାଜ୍ୟର ଉପକୂଳକୁ ସମୁଦ୍ର ଗର୍ଭରୁ ମାଡି ଆସିଥିଲା ମୃତ୍ୟୁର ସୌଦାଗର ମହାବାତ୍ୟା । 2ଦିନ ଧରି ତାଣ୍ଡବ ଚଳାଇଥିଲା । ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ, ଜଗତସିଂପୁରଓ କେନ୍ଦ୍ରାପଡାରେ ରଚିଥିଲା ପ୍ରଳୟ । ବାତ୍ୟାକୁ 20ବର୍ଷ ବିତିଯାଇଥିଲେ ମଧ୍ୟ ଆଜିବି ରାଜ୍ୟବାସୀ ଭୁଲି ନାହାଁନ୍ତି ସେହି ସମୟକୁ । ବାତ୍ୟାର ମାଡରେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଥିଲା । ଏରସମା ଓ ପାରାଦ୍ବୀପ ଅଞ୍ଚଳରେ ପ୍ରାୟ 10 ହଜାରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିବା ସରକାରୀ ଭାବେ କୁହାଯାଇଥଲା । ତେବେ ବେସରକରୀ ଭାବେ ଏହାଠାରୁ ଢେର ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଖାଲି ଏତିକି ନୁହେଁ ହଜାର ହଜାର ସଂଖ୍ୟାରେ ଗୃହପାଳିତ ପଶୁପକ୍ଷୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.