କରୋନା ମୁକାବିଲା; ପ୍ରସ୍ତୁତି ଯୋରଦାର, ପଦକ୍ଷେପ ବ୍ୟାପକ - quarantine
🎬 Watch Now: Feature Video

ଭୁବନେଶ୍ବର: ମାରାତ୍ମକ ଭୂତାଣୁ କରୋନାକୁ ନେଇ ବିଶ୍ବବ୍ୟାପୀ ଆତଙ୍କ । ସବୁଠି ଚାଲିଛି ମୁକାବିଲା ପାଇଁ ସତର୍କତା, ପ୍ରସ୍ତୁତି । କେଉଁଠି ଟ୍ରେନ ବିଶୋଧନ କରାଯାଉଛି ତ କେଉଁଠି ବସ । ପୁଣି କେଉଁଠି ଲୋକଙ୍କୁ ସଚେତନା କରୁଛି ପ୍ରଶାସନ । କୋଭିଡ-19ର ମୁକାବିଲା ପାଇଁ ରାଜ୍ୟ ସରକାର ମଧ୍ୟ କୌଣସି ଅବହେଳା କରୁନାହାଁନ୍ତି । ପୂର୍ବରୁ ଅନେକ ପଦକ୍ଷେପ ନେଇଥିବା ସରକାର ଆଜି ପୁଣି କଠୋର ହୋଇଛନ୍ତି । ଏସଓପି ପାଳନ କରିନଥିବା ରାଜଧାନୀର ବିଭିନ୍ନ ହୋଟେଲ ଗେଷ୍ଟ ହାଉସରେ ଚଢାଉ କରିଛି ବିଏମସି ସ୍କ୍ବାୟାଡ ।