୧୧ ରେ ଖୋଲିବ ରେଭେନ୍ସା, ମାନିବାକୁ ପଡିବ ଏହି ସବୁ ସର୍ତ୍ତ... - ମାନିବାକୁ ପଡିବ ଏହି ସବୁ ସର୍ତ୍ତ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10127236-thumbnail-3x2-ctc.jpg)
କଟକ: ଆସନ୍ତା ୧୧ ରେ ଖୋଲିବ ରେଭେନ୍ସା ବିଶ୍ବବିଦ୍ୟାଳୟ । କେବଳ ଶେଷବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ କ୍ଳାସରୁମ ପାଠପଢା ଓ ପରୀକ୍ଷ କରାଯିବ । ତେବେ ଏଥିପାଇଁ କୋଭିଡ ନେଗେଟିଭ ସାର୍ଟିଫିକେଟକୁ ବାଧ୍ୟତାମୂଳକ କରାଯାଇଛି । ଏଥିସହ ଛାତ୍ରଛାତ୍ରୀ ସେମାନଙ୍କ ଅବିଭାବକଙ୍କ ଠାରୁ ଆପତ୍ତିବିହୀନ ପ୍ରମାଣପତ୍ର ଆଣିବାକୁ କୁହାଯାଇଛି । ବିଶ୍ବବିଦ୍ୟାଳୟ ପକ୍ଷରୁ ସମସ୍ତ ଗାଇଡ଼ଲାଇନ ୱେବସାଇଟରେ ଛଡ଼ାଯିବ । ସେହିପରି ୧୦ ତାରିଖରେ ବିଶ୍ବବିଦ୍ୟାଳୟର ବିଭିନ୍ନ ହଷ୍ଟେଲଗୁଡିକୁ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାଯିବ । ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ଆସିବା ପୁର୍ବରୁ ରେଭେନ୍ସାର ସମସ୍ତ ହଷ୍ଟେଲ ଓ କ୍ଳାସରୁମକୁ ସାନିଟାଇଜ କରାଯିବ । ତେବେ ହଷ୍ଟେଲରେ ରହୁଥିବା ପିଲାଙ୍କ ପାଇଁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି । ତେବେ କିପରି ବିଶ୍ବବିଦ୍ୟାଳୟରେ ପାଠପଢା ହେବ, ସେନେଇ ଇଟିଭି ଭାରତକୁ EXCLUSIVE ପ୍ରତିକ୍ରିୟା ଦେଇଛନ୍ତି ରେଭେନ୍ଶା ସିସିଡି ଡା. ସ୍ମୃତିପ୍ରଭା ଦାଶ ।