ଲକଡାଉନରେ କଟକ ସହରର ନ୍ୟୁ ଲୁକ, ରୋଜଗାର ପାଇଲେ ଚିତ୍ରକର - ସଂସ୍କୃତି ଓ ପରମ୍ପରାକୁ ପୁନଃଜୀବିତ ଉଦ୍ଦେଶ୍ୟ

🎬 Watch Now: Feature Video

thumbnail

By

Published : Aug 7, 2020, 6:20 PM IST

କଟକ: ହଜାର ବର୍ଷର ସହର କଟକ । ଯେଉଁଠାରେ ନାନା ପରମ୍ପରା ଓ ସଂସ୍କୃତିର ସମ୍ମିଶ୍ରଣ ଦେଖିବାକୁ ମିଳେ । ଏହି ପାରମ୍ପରିକ ମୂଲ୍ୟବୋଧକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ ଆରମ୍ଭ କରିଛି କଟକ ମହାନଗର ନିଗମ । ସେଥିପାଇଁ କଟକର ପ୍ରମୁଖ ଓଭରବ୍ରିଜ ଗୁଡିକରେ ୱାଲ ପେଣ୍ଟିଂ କରଛି ସିଏମସି । ଓଡ଼ିଶା ମାଇନିଙ୍ଗ କର୍ପୋରେସନ ସହାୟତାରେ ଏହି କାମ କରାଯାଉଥିବା ବେଳେ ଲକଡାଉନରେ ଚିତ୍ରକରକୁ ରୋଜଗାର ମିଳିଛି । କଟକର ପ୍ରମୁଖ ଓଭର ବ୍ରିଜକୁ ନୂଆ ଲୁକ ଦେଉଛି ସିଏମସି । ଓଡିଶାର ପରମ୍ପରା ଯଥା ଓଡିଶୀ ନୃତ୍ୟ, ଝୋଟି, ଗୀତିନାଟ୍ୟର ଦୃଶ୍ୟ ଆଦିକୁ ବିଭିନ୍ନ ଓଭର ବ୍ରିଜ ଗୁଡିକରେ ଅଙ୍କା ଯାଉଛି । କଟକ ସହର ହେଉଛି ଭାଇଚାରାର ସହର । ତେବେ ଲୋକଙ୍କ ମନରେ ସଂସ୍କୃତି ଓ ପରମ୍ପରାକୁ ପୁନଃଜୀବିତ କରିବା ଉଦ୍ଦେଶ୍ୟରେ ଏହା କରାଯାଉଛି । ଏହାକୁ ସହରବାସୀ ବେଶ ସ୍ବାଗତ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.