ସର୍ବନିମ୍ନ ମଜୁରୀ ଦାବି କରି ପ୍ରତିବାଦ କଲା ମିଟର ରିଡର ଶ୍ରମିକ ସଙ୍ଘ - Meter Readers' Union
🎬 Watch Now: Feature Video
ବ୍ରହ୍ମପୁର: ସର୍ବନିମ୍ନ ମଜୁରୀ ଦାବୀ କରି ବ୍ରହ୍ମପୁରଠାରେ ପ୍ରତିବାଦ କରିଛନ୍ତି ମିଟର ରିଡର ଶ୍ରମିକ ସଙ୍ଘ । ଦକ୍ଷିଣାଞ୍ଚଳକୁ ବିଦ୍ୟୁତ ଯୋଗାଣ ସଂସ୍ଥା ସାଉଥକୋ ମୁଖ୍ୟ କାର୍ଯ୍ୟାଳୟ ସମୁଖରେ ସଙ୍ଘର ସଦସ୍ୟମାନେ ଏହି ଆନ୍ଦୋଳନ କରିଥିଲେ । ପୂର୍ବରୁ ସ୍ଥିର କରାଯାଇଥିବା ଏମ୍.ବି.ସି ମଡେଲରେ ବିଦ୍ୟୁତ ବିଲ୍ ପ୍ରଦାନ କରିବା ସହ ବିଲ୍ ସଂଗ୍ରହ କରିବାକୁ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରାଯାଇଥିଲା । ଏପରିକି ବର୍ତ୍ତମାନର କୋରୋନା ରୂପକ ମହାମାରୀ ସମୟରେ ମଧ୍ୟ ଏହି କର୍ମଚାରୀମାନେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ରହିଥିବା ଘରଘର ବୁଲି ବିଦ୍ୟୁତ ବିଲ୍ ବଣ୍ଟନ କରୁଥିଲେ ମଧ୍ୟ କର୍ମଚାରୀଙ୍କ ପାଇଁ ବୀମା କରାଯାଇନଥିବାରୁ କ୍ଷୋଭ ପ୍ରକାଶ କରାଯାଇଛି । ପ୍ରତିବାଦ କରୁଥିବା କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।