thumbnail

ଦେବୀଗଡାରୁ ମେଲାଣି ନେଉଛନ୍ତି ମା', ଦେଖନ୍ତୁ

By

Published : Oct 16, 2021, 12:25 PM IST

Updated : Oct 16, 2021, 2:49 PM IST

କଟକ: ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ଦଶହରା । ଆଜି(ଶନିବାର) ମେଲାଣି ନେଉଛନ୍ତି ମା' ଜଗତଜନନୀ । ପୁରୀଘାଟ ନିକଟରେ ଥିବା ଦେବୀଗଡାରେ କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯାଉଛି । ପୂଜା ମଣ୍ଡପ ଠାରୁ ଆରମ୍ଭ କରି ବିସର୍ଜନସ୍ଥଳ ପର୍ଯ୍ୟନ୍ତ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସମସ୍ତ ମଣ୍ଡପଗୁଡ଼ିକ ଗୋଟିଏ ସମୟ ଦିଆଯାଇଛି । ଏକା ସମୟରେ ଜଣକ ପରେ ଜଣେ କୋଭିଡ଼ କଟକଣାକୁ ମାନି ବାହାରିବେ । ଯେପରି ଭିଡ଼ କିମ୍ବା ଗହଳି ହେବ ନାହିଁ ଏହାକୁ ତଦାରଖ କରିବା ପାଇଁ ଜଣେ ଏସ୍କର୍ଟ ଅଫିସରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ବୋଲି କହିଛନ୍ତି କଟକ ଡିସିପି ପ୍ରତୀକ ସିଂ । ତେବେ ଡିସିପିଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ।
Last Updated : Oct 16, 2021, 2:49 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.