ପୁଚି ଖେଳି କୁମାର ପୂର୍ଣ୍ଣିମା ପାଳିଲେ ରାଜଧାନୀ କୁଆଁରୀ
🎬 Watch Now: Feature Video
ଭୁବନେଶ୍ୱର: ଆଜି କୁଆଁରୀଙ୍କ ପର୍ବ କୁମାର ପୂର୍ଣ୍ଣିମା। କୁମାରୀମାନେ ଦେବତାଙ୍କ ମଧ୍ୟରେ ସର୍ବାର୍ଣ୍ଣ ସୁନ୍ଦର କାର୍ତ୍ତିକଙ୍କ ଭଳି ବର ପ୍ରାପ୍ତ ପାଇଁ ଏହି ପୂଜା କରାଯାଉଥିବା କୁହାଯାଏ। ଏହି ଦିନ ସକାଳୁ ଉଠି କୁମାରୀମାନେ ସୂର୍ଯ୍ୟଙ୍କ ପୂଜା କରିବା ସହ ଦିନ ଯାକ ଉପବାସ ରହିଥାନ୍ତି। ପରେ ସନ୍ଧ୍ୟା ହେବା ପରେ ଜହ୍ନ ଉଇଁବା ପରେ ତାଙ୍କୁ ପୂଜା ଅର୍ଚ୍ଚନା କରି ଖାଦ୍ୟ ଗ୍ରହଣ କରିଥାନ୍ତି।