thumbnail

By

Published : Nov 27, 2020, 4:37 PM IST

ETV Bharat / Videos

ବିଶ୍ବଜିତଙ୍କ ନିଆରା କାରିଗରୀ, ଆଇସକ୍ରିମ୍‌ କାଠିରେ ‘ନାଗାର୍ଜୁନ ବେଶ’ର ପ୍ରତିକୃତି

ପୁରୀ: ନିଆରା କଳାକୃତି । ଆଇସକ୍ରିମ୍‌ କାଠିରେ ମହାବାହୁଙ୍କ ନାଗାର୍ଜୁନ ବେଶ । ଛାତ୍ର ବିଶ୍ବଜିତ୍‌ ନାୟକଙ୍କ ହାତରେ ବିଶ୍ବ ନିୟନ୍ତାଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ପ୍ରତିକୃତି । ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦେଖିବା ପାଇଁ ଚଳିତ ବର୍ଷ ଭକ୍ତଙ୍କୁ ଶ୍ରୀମନ୍ଦିର ମନା କରାଯାଇଥିବାବେଳେ ପୁରୀର ଛାତ୍ର ବିଶ୍ବଜିତ୍‌ ନାୟକ ଆଇସକ୍ରିମ୍‌ କାଠିରେ କଳା ଠାକୁରଙ୍କ ନାଗାର୍ଜୁନ ବେଶର ପ୍ରତିକୃତି ତିଆରି କରିଛନ୍ତି । 3575 ଟି ଆଇସକ୍ରିମ କାଠିରେ ସେ ଏହା ତିଆରି କରିବା ସହ ଏହାର ଉଚ୍ଚତା 40 ଇଞ୍ଚ ଓ ଓସାର 25 ଇଞ୍ଚ ରଖିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.