5 ଦିନରୁ କାରରେ କ୍ବାରେଣ୍ଟାଇନ ଜୀବନ ବିତାଉଛନ୍ତି ଗଞ୍ଜାମ ଯୁବକ - କାରରେ ସଙ୍ଗରୋଧ ଜୀବନ
🎬 Watch Now: Feature Video
ଭୁବନେଶ୍ବର: ଗତ ପାଞ୍ଚ ଦିନ ଧରି କାର ମଧ୍ୟରେ ସଙ୍ଗରୋଧ ଜୀବନ ବିତାଉଛନ୍ତି ଗଞ୍ଜାମର ଜିଲ୍ଲାର ଯୁବକ ମାଧବ ପାତ୍ର । ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ବାସୁଦେବପୁର ସରସ୍ୱତୀ ଶିଶୁ ମନ୍ଦିରରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟର ସମୁଖରେ ଏଭଳି ଜଣେ ଯୁବକ କାର ମଧ୍ୟରେ ପାଞ୍ଚ ଦିନ ଧରି ରହିବା ଘଟଣା ଜଣାପଡିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଏଥିପ୍ରତି ଜିଲ୍ଲାପ୍ରଶାସନ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ସେ । ତେବେ ଆସନ୍ତୁ ଶୁଣିବା କଣ କହୁଛନ୍ତି ମାଧବ...
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ