ନିର୍ବାଚନ ପ୍ରଚାରର ଅନ୍ତିମ ପର୍ଯ୍ୟାୟରେ ବୌଦ୍ଧରେ ପ୍ରାର୍ଥୀଙ୍କ ଜମୁଛି ପ୍ରଚାର

By

Published : Feb 14, 2022, 5:23 PM IST

Updated : Feb 3, 2023, 8:12 PM IST

thumbnail
ବୌଦ୍ଧ: ତିନି ଗୋଟି ଜୋନର 24 ଗୋଟି ପଞ୍ଚାୟତକୁ ନେଇ ଗଠିତ କଣ୍ଟାମାଳ ବ୍ଲକ ପାଇଁ ଆଜି ସରୁଛି ପ୍ରଚାର ଅଭିଯାନ ।ଆଜି ଶେଷ ଦିନରେ ସବୁ ପ୍ରାର୍ଥୀ ମାନେ ଭୋଟରଙ୍କୁ ପ୍ରଭାବିତ କରିବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି ।ତିନି ନମ୍ବର ଜୋନରେ ଶାସକ ବିଜେଡି ଦଳର ପ୍ରାର୍ଥୀ ସୁବିଧା ଜନକ ସ୍ଥିତିରେ ଥିବା ବେଳେ ଏକ ନମ୍ବର ଓ ଦୁଇ ନମ୍ବର ଜୋନରେ ବିଜେଡି ଦଳ ସହିତ ବିଜେପି ଦଳର ପ୍ରାର୍ଥୀଙ୍କ କଡା ଟକ୍କର ହେଉଛି । ତେବେ ଉଭୟ କଣ୍ଟାମାଳ ଓ ମନମୁଣ୍ଡା ଥାନା ଅନ୍ତର୍ଗତ କେତେକ ସ୍ଥାନରେ ଉତ୍ତେଜନା ପ୍ରବଣ ବୁଥ ଥିବାରୁ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରାଯାଉଥିଲେ ମଧ୍ୟ କଣ୍ଟାମାଳ ବ୍ଲକରେ କିଭଳି ସ୍ବଛ ତଥା ଅବାଧ ନିର୍ବାଚନ ହେବ ସେ ଉପରେ ସମସ୍ତଙ୍କ ନଜର ରହିଛି । ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ
Last Updated : Feb 3, 2023, 8:12 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.