ବୋର୍ଡର ମନମୁଖୀ କାର୍ଯ୍ୟ ନେଇ ପ୍ରତିବାଦ - ବାଲେଶ୍ଵର ଓଷ୍ଟା ଶାଖା ପକ୍ଷରୁ ପ୍ରତିବାଦ
🎬 Watch Now: Feature Video
ବାଲେଶ୍ବର : ମାଧ୍ୟମିକ ଶିକ୍ଷା ପରିଷଦର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ବାଲେଶ୍ଵର ଜିଲ୍ଲା ଓଷ୍ଟା ଶାଖା ପକ୍ଷରୁ ପ୍ରତିବାଦ । ଓଷ୍ଟା ପକ୍ଷରୁ ଶିକ୍ଷକମାନେ ଜିଲ୍ଲା ବସଷ୍ଟାଣ୍ଡ ନିକଟରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ସହଦେବ ଖୁଣ୍ଟାସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ଜୋନାଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବୋର୍ଡର ଶିକ୍ଷକ ଓ ଛାତ୍ର ବିରୋଧୀ ପଦକ୍ଷେପ ବିରୁଦ୍ଧରେ ଏହି ଆନ୍ଦୋଳନ ଓ ପ୍ରତିବାଦ କରାଯାଇଥିଲା । ଆଗାମୀ ଦିନରେ ଏହାକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ