thumbnail

By

Published : Feb 8, 2022, 8:37 PM IST

ETV Bharat / Videos

ପଞ୍ଚାୟତ ନିର୍ବାଚନ: ଚୂଡାନ୍ତ ପ୍ରସ୍ତୁତିରେ କୋରାପୁଟ ଜିଲ୍ଲା ପ୍ରଶାସନ

କୋରାପୁଟ: ଆଗାମୀ ପଞ୍ଚାୟତ ନିର୍ବାଚନରେ କୋଟିଆ ପଞ୍ଚାୟତର ସମସ୍ତ 13ଟି ୱାର୍ଡ ସହିତ ଜିଲ୍ଲାର ସମୁଦାୟ 2973 ଟି ୱାର୍ଡରେ ନିର୍ବାଚନ କରିବା ପାଇଁ ଜିଲ୍ଲା ସଦର ମହକୁମାରୁ ଆଜି ବାଲାଟ ପେପରକୁ ନେଇ ବ୍ଲକ ଅଧିକାରୀ ନିଜ ନିଜ ବ୍ଲକକୁ ବାହାରିଛନ୍ତି । ଗ୍ରାମାଞ୍ଚଳରେ କିପରି ପଞ୍ଚାୟତ ନିର୍ବାଚନ ସୁଚାରୁ ରୂପେ ଅନୁଷ୍ଠିତ ହୋଇପାରିବ ସେ ଦିଗରେ ଜିଲ୍ଲା ପ୍ରଶାସନ ଦ୍ବାରା ନିର୍ବାଚନ ଅଧିକାରୀଙ୍କୁ ତାଲିମ ଦେବା ସହିତ ଅନ୍ୟାନ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଜିଲ୍ଲାପାଳ ଅବଦୁଲ ଅକ୍ତର ସୂଚନା ଦେଇଛନ୍ତି । ଗତ କିଛି ଦିନ ପୂର୍ବେ ମାଓ ପ୍ରଭାବିତ ଅଞ୍ଚଳ ବୋଲି କୁହାଯାଉଥିବା ଗ୍ରାମ ଗୁଡିକରେ ମଧ୍ୟ ବର୍ତ୍ତମାନ ଶାନ୍ତି ପ୍ରତିଷ୍ଠା ହୋଇଥିବା ଯୋଗୁଁ ସେହି ଅଞ୍ଚଳରେ ମଧ୍ୟ ସୂଚାରୁ ରୁପେ ନିର୍ବାଚନ ଅନୁଷ୍ଠିତ କରାଇବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି । ଜିଲ୍ଲାରେ ପଞ୍ଚାୟତ ନିର୍ବାଚନକୁ ସୂଚାରୁ ରୁପେ ସମ୍ପାଦିତ କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯିବ । ତେବେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ କୋଭିଡ ନିୟମାବଳୀକୁ ପାଳନ କରି ଏହି ନିର୍ବାଚନ ଅନୁଷ୍ଠିତ ହେଉଥବା ଯୋଗୁଁ ସମସ୍ତ ସ୍ଥାନରେ କୋଭିଡ ନିୟମକୁ କଡ଼ାକଡି଼ ଭାବେ ପାଳନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । କୋରାପୁଟରୁ ସି .ଏଚ ଶାନ୍ତାକାର, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.