Municipal Corporation election: ରଣନୀତି ପ୍ରସ୍ତୁତ କରୁଛି ବିଜେପି-ବିଜେଡି - ପୌରପରିଷଦ ନିର୍ବାଚନ 2022

🎬 Watch Now: Feature Video

thumbnail

By

Published : Mar 5, 2022, 10:36 AM IST

Updated : Feb 3, 2023, 8:18 PM IST

ବରଗଡ଼: ପାଖେଇ ଆସୁଛି ପୌରପରିଷଦ ନିର୍ବାଚନ। ଆସନ୍ତା 24 ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ବରଗଡ଼ ସହର ଚଳଚଞ୍ଚଳ ହୋଇ ଉଠିଛି। ପଞ୍ଚାୟତ ନିର୍ବାଚନରେ ବିଜେପି ସାରା ଜିଲ୍ଲାରେ ଧରାଶାୟୀ ହୋଇଥିବାବେଳେ ପୁଣି ପୌର ନିର୍ବାଚନରେ ଦଳର ପ୍ରଦର୍ଶନ ଉପରେ ସାଧାରଣ ଜନତାଙ୍କ ନଜର ରହିଛି। ପଞ୍ଚାୟତ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପରେ ମଧ୍ୟ ପୌର ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ଅଣ୍ଟା ଭିଡିଛି। ବରଗଡ ପୌର ପରିଷଦରେ ରହିଥିବା 19 ଗୋଟି ୱାର୍ଡ ପାଇଁ BJP ତାର ପ୍ରାର୍ଥୀ ପ୍ରସ୍ତୁତ କରିବାରେ ଲାଗିଛି | ଅନ୍ୟପଟେ BJD ମଧ୍ୟ ପୌର ନିର୍ବାଚନ ପାଇଁ ପୂର୍ବ ପ୍ରସ୍ତୁତ ହୋଇ ସମସ୍ତ ୱାର୍ଡମେମ୍ବର ପ୍ରାର୍ଥୀ ଚୟନ କରି ନିର୍ବାଚନୀ ଟକ୍କର ଦେବାକୁ ପ୍ରସ୍ତୁତ ରହିଛି | ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ
Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.