କାବୁଲ ଫେରନ୍ତା ଶିଶୁକୁ ଗେଲ କରି ସ୍ବାଗତ କଲା ଶିଶୁକନ୍ୟା, ସୋସିଆଲ ମିଡିଆରେ ଭାଇରାଲ
🎬 Watch Now: Feature Video
ଲକ୍ଷ୍ନୌ: ଆଜି ପବିତ୍ର ରକ୍ଷା ବନ୍ଧନ । ଭାଇ-ଭଉଣୀଙ୍କ ଏହି ମଧୁର ସମ୍ପର୍କର ମାହୋଲ ଦେଖିବାକୁ ମିଳିଛି ଚାରିଆଡେ । ଆଉ ଏହି ଅବସରରେ ଆଜି ସୋସିଆଲ ମିଡିଆରେ ଚହଳ ପକାଇଛି ଦୁଇ ଶିଶୁଙ୍କ ଭିଡିଓ । ନିଃସ୍ବାର୍ଥ ସ୍ନେହ ମମତାର ନିଚ୍ଛକ ଦୃଷ୍ଟାନ୍ତ ସାଜିଛି ଏହି ଭିଡିଓଟି । ଏଥିରେ ଜଣେ ଶିଶୁକନ୍ୟା ଆଫଗାନିସ୍ତାନରୁ ନିଜ ମାଆ ସହ ଭାରତ ଫେରିଥିବା ଆଉ ଏକ ଶିଶୁକୁ ବାରମ୍ବାର ଗେଲ କରୁଥିବା ଦେଖାଯାଇଛି । ସତେ ଯେପରି ପିଲାଟି ଶିଶୁଟିକୁ ଏଭଳି ଭାବେ ସ୍ନେହ ଦେଇ ଭାରତକୁ ସ୍ବାଗତ କରୁଥିବା ଭଳି ମନେ ହେଉଛି । ଉତ୍ତରପ୍ରଦେଶ ଗାଜିଆବାଦ ବିମାନ ବନ୍ଦରରୁ ସାମ୍ନାକୁ ଆସିଥିବା ଏହି ହୃଦୟସ୍ପର୍ଶୀ ଭିଡିଓକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବେ । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି ।