Viral Video; ଘରର ସାନ ପୁଅ ବୋଲି ଆମର କଣ ଅଧିକାର ନାହିଁ ? - Prathamastami Viral Video

🎬 Watch Now: Feature Video

thumbnail

By

Published : Nov 27, 2021, 8:18 PM IST

Updated : Nov 27, 2021, 10:06 PM IST

ଭୁବନେଶ୍ବର: ଆଜି ହେଉଛି ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥି । ଅର୍ଥାତ ପଢୁଆଁଷ୍ଟମୀ ବା ପ୍ରଥମାଷ୍ଟମୀ । ଏହି ପର୍ବ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଉ ଏକ ଅନନ୍ୟ ପର୍ବ । ମାମୁ ଘରୁ ଭଣଜା ଭାଣିଜୀଙ୍କ ପାଇଁ ଆସିଥାଏ ଭାର । ଏହା ଓଡିଆ ପରମ୍ପରା ଓ ସଂସ୍କୃତିର ଏକ ଅଙ୍ଗ । ଏହି ଦିନ ଘର ପୂଜାର୍ଚ୍ଚନା ସହ ବଡ ସନ୍ତାନ ମାନେ ନୂଆ ବସ୍ତ୍ର ପିନ୍ଧିବା ସହ ହଳଦୀ ପତ୍ରରେ ତିଆରୀ ଏଣ୍ଡୁରୀ ପିଠା ଖାଇଥାନ୍ତି । କିନ୍ତୁ ଘରର ସାନ ମାନେ ନୂତନ ପୋଷାକ ପରିଧାନରୁ ବଞ୍ଚିତ ହୁଅନ୍ତି । ଯାହାକୁ ନେଇ ଏବେ ଏକ ଭିଡିଓ ସୋସିଆଲ ମିଡିଆର ସମସ୍ତ ପ୍ଲାଟ ଫର୍ମରେ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଭାଇରାଲ ହେଉଥିବା ଏହି ଭିଡିଓରେ କଣ କହୁଛି ପିଲାଟି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Nov 27, 2021, 10:06 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.