ବର୍ଷାରେ ଭିଜୁଛି ମାୟାନଗରୀ, ଦେଖନ୍ତୁ ଭିଡିଓ... - Mumbai
🎬 Watch Now: Feature Video
ମୁମ୍ବାଇ: ମୁମ୍ବାଇରେ ଗତ 3 ଦିନ ଧରି ବର୍ଷା ହେଉଛି । ମଙ୍ଗଳବାର ପ୍ରବଳ ବର୍ଷା ହେଉଥିବାବେଳେ ବୁଧବାର ମଧ୍ୟାହ୍ନରୁ ମଧ୍ୟ ଲଗାଣ ବର୍ଷା ଜାରି ରହିଛି । ରେଳ ଧାରଣାରେ ବର୍ଷା ଜଳ ରହିଥିବାରୁ ସେଣ୍ଟ୍ରାଲ୍ ଓ ହାରବର୍ ରୁଟରେ ଯାତାୟାତ ବ୍ୟାହତ ହୋଇଛି । ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ ମୁଖ୍ୟାଳୟରେ 70 ମିଲିମିଟର, ମାଲାବାର ହିଲରେ 68 ମିଲିମିଟର, ମେମୋନୱାଡା ଫାୟାର ଷ୍ଟେସନରେ 52 ମିଲିମିଟର ବର୍ଷା ବୁଧବାର ଅପରାହ୍ନ 3 ଟାରୁ 4 ଟା ସୁଦ୍ଧା ରେକର୍ଡ କରାଯାଇଛି । ପୂର୍ବ ଉପକଣ୍ଠରେ ଚେମ୍ବୁର ପଶ୍ଚିମ ଉପାନ୍ତରେ 48 ମିଲିମିଟର, କୁର୍ଲା 37 ମିଲିମିଟର ଓ ଭିଲେ ପାର୍ଲେ 12 ମିଲିମିଟର ବର୍ଷା ହୋଇଛି । ଫଳସ୍ବରୂପ ହିନ୍ଦମାତା, ଶେଖ ମିଷ୍ଟ୍ରି ଦର୍ଗା, ବିପିଟି କଲୋନୀ ସ୍କାଏ ୱାକ, ଅବଦୁଲ ରହମାନ ଛକ, ଗୋଲ ଦେଓଲ, ବାଇକୁଲ୍ଲା ଜେଜେ ଜଙ୍କସନ, ସକ୍କର ପଞ୍ଚାୟତ, ଖେଟୱାଡି, ଡାକ କଲୋନୀ ଚେମ୍ବୁର, ସିଏସ୍ଟି ରୋଡ କୁର୍ଲାରେ ପାଣି ଜମା ହୋଇଛି ।