କୁଲ୍ଲୁ-ମନାଲିରେ ପ୍ରବଳ ତୁଷାରପାତ, ଦେଖନ୍ତୁ ଭିଡିଓ... - himachal pradesh news
🎬 Watch Now: Feature Video
ଉତ୍ତର ଭାରତୀୟ ପାହାଡି ରାଜ୍ୟ ହିମାଚଳ ପ୍ରଦେଶର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ କୁଲ୍ଲୁ-ମନାଲିରେ ବଦଳୁଛି ପାଗ । ପୁଣି ଥରେ ଆରମ୍ଭ ହୋଇଯାଇଛି ତୁଷାରପାତ । ସୋମବାର ସଂଧ୍ୟାରୁ ଆରମ୍ଭ ହୋଇଛି ବରଫ ଝଡ । ଜାନୁୟାରୀ 30 ପର୍ଯ୍ୟନ୍ତ ଏହା ଲାଗି ରହିବା ନେଇ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ । ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ଗସ୍ତ ଉପରେ ମଧ୍ୟ ରୋକ ଲଗାଯାଇଛି । କୁଲ୍ଲୁର ଅନେକ ରାସ୍ତା ଏବେ ବି ବନ୍ଦ ରହିଛି । ବାରାଲାଚା, କୋକସର, ଗୁଲାବା, ହନୁମାନ ଟିବ୍ବା ସମେତ ଅନେକ ସ୍ଥାନରେ ବରଫବର୍ଷା ଲାଗି ରହିଛି ।