ବିବାହ ପାଇଁ ମନା କଲା ପ୍ରେମିକା, ଇଲେକ୍ଟ୍ରି ଟାୱାରରେ ଚଢିଲା ପାଗଳପ୍ରେମୀ

🎬 Watch Now: Feature Video

thumbnail
ରାଞ୍ଚି: କୁହାଯାଏ ପ୍ରେମ ଅନ୍ଧ । ଅନେକ ସମୟରେ ପ୍ରେମରେ କ'ଣ ଠିକ କ'ଣ ଭୁଲ ବୁଝାପଡେନି । ଯେଉଁଥିପାଇଁ ଆଜିର ଯୁବପୀଢି ନିଜ ପ୍ରେମକୁ ପାଇବାକୁ ନିଜ ଜୀବନକୁ ମଧ୍ୟ ବାଜି ଲଗାଇବାକୁ ପଛାନ୍ତିନାହିଁ । ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଝାଡଖଣ୍ଡ ରାଞ୍ଚି ସହରରେ । ନିଜ ପ୍ରେମିକା ବିବାହ କରିବାକୁ ମନା କରିବା ପରେ ଜଣେ 25 ବର୍ଷ ବର୍ଷୀୟ ଯୁବକ ଏକ ହାଇ ଭୋଲଟେଜ ପାୱାର ଲାଇନ ଟାୱାର ଉପରକୁ ଚଢିଯାଇଥିଲେ । ଏହି ଘଟଣା ପ୍ରଘଟ ହେବା ପରେ ପୋଲିସ ଘଟଣାସ୍ଥଳକୁ ଆସି ଉକ୍ତ ଯୁବକକୁ ବହୁ ବୁଝାସୁଝା କରିଥିଲେ । ମାତ୍ର ନିଜ ଜିଦରେ ଅଟଳ ଥିବା ଯୁବକ ଜଣଙ୍କୁ ରାଜି ହୋଇ ନଥିଲେ । ଏହାପରେ ଯୁବକକୁ ମନାଇବା ପାଇଁ ପୋଲିସ ତାଙ୍କ ପ୍ରେମିକାର ସହାୟତା ନେଇଥିଲା । ପ୍ରେମିକା ଘଟଣାସ୍ଥଳକୁ ଆସି ବିବାହ କରିବାକୁ ରାଜି ହେବା ପରେ ଯୁବକ ଜଣକ ଇଲେକ୍ଟ୍ରି ଟାୱାର ତଳକୁ ଓହ୍ଲାଇଥିଲେ । ତେବେ ସୌଭାଗ୍ୟବଶଃତ ଯୁବକ ଜଣକ ଟାୱାର ଉପରେ ଚଢିଥିବା ସମୟରେ ବିଦ୍ୟୁତ ବିଦ୍ୟୁତ ସଂଯୋଗ ହୋଇନଥିଲା । ଏହି ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.