କଠୋର ହେଲା କେନ୍ଦ୍ର, ସୋସିଆଲ ମିଡିଆ ପାଇଁ ନୂଆ ଗାଇଡଲାଇନ ଜାରି - ସୋସିଆଲ ମିଡିଆ ଗାଇଡଲାଇନ
🎬 Watch Now: Feature Video

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ଏହାସହ ଓଟିଟି ପ୍ଲାଟଫର୍ମ ପାଇଁ ମଧ୍ୟ ଜାରି ହୋଇଛି ନୂଆ ଗାଇଡଲାଇନ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ସୋସିଆଲ ମିଡିଆରେ ଆପତ୍ତିଜନକ ଭାଷାର ବ୍ୟବହାର କରାଯାଉଛି । ହେଲେ ଏବେଠୁ ସରକାର ଆଉ ସୋସିଆଲ ମିଡିଆରେ ଆପତ୍ତିଜନକ ଭାଷାକୁ ମଞ୍ଜୁରୀ ଦେବେନାହିଁ ।