ରାମ ଜନ୍ମଭୂମି ବିବାଦ: ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ ବିରୋଧରେ ବିହାରରେ ମାମଲା ରୁଜୁ - ବିହାରରେ ମାମଲା ରୁଜୁ

🎬 Watch Now: Feature Video

thumbnail

By

Published : Jul 15, 2020, 5:03 PM IST

Updated : Jul 15, 2020, 5:45 PM IST

ପାଟଣା: ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଭଗବାନ ରାମଙ୍କ ସଂପର୍କରେ ଦେଇଥିବା ବିବାଦୀୟ ବିବୃତ୍ତି ବିରୋଧରେ ବିହାରରେ ଅଭିଯୋଗ ଦାଖଲ କରାଯାଇଛି । ସୀତାମଢୀ ଜିଲ୍ଲାର ଓକିଲ ଠାକୁର ଚନ୍ଦନ କୁମାର ସିଂ ଏନେଇ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଚୀନର ନିର୍ଦ୍ଦେଶରେ ନେପାଳ ପ୍ରଧାନମନ୍ତ୍ରୀ ଏହି ବିବୃତ୍ତି ପ୍ରଦାନ କରିଥିବା ଠାକୁର ଚନ୍ଦନ କୁମାର ସିଂ ନିଜ ଅଭିଯୋଗରେ ଦର୍ଶାଇଛନ୍ତି । ଏହା ସହ ସୁଚିନ୍ତିତ ଭାବରେ ଭାରତ ଏବଂ ନେପାଳ ମଧ୍ୟରେ ଥିବା ଭଲ ସମ୍ପର୍କକୁ ନଷ୍ଟ କରିବାକୁ ଏହି ଷଡଯନ୍ତ୍ର କରାଯାଇଛି । ଏପରିକି ଦେଶରେ ଧାର୍ମିକ ଉତ୍ତେଜନା ବ୍ୟାପିବା ଉଦ୍ଦେଶ୍ୟରେ ଓଲି ଏହି ବିବୃତ୍ତି ଦେଇଛନ୍ତି । ଯାହା ଦ୍ବାରା ସେ ସନାତନ ହିନ୍ଦୁ ଧର୍ମର ଅନୁଗାମୀମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି ।
Last Updated : Jul 15, 2020, 5:45 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.