ମହାରାଷ୍ଟ୍ରରେ ଲଗାଣ ବର୍ଷା, ଦ୍ବିଗୁଣିତ Dudhsagar WaterFallର ସୌନ୍ଦର୍ଯ୍ୟ - ଦୁଧସାଗର ୱାଟରଫଲ
🎬 Watch Now: Feature Video
ମୁମ୍ବାଇ: ମହାରାଷ୍ଟ୍ରରେ ଗତ 4 ଦିନ ଧରି ପ୍ରବଳ ବର୍ଷା ଲାଗି ରହିଛି । ଏହି ବର୍ଷା କାରଣରୁ ଦ୍ବିଗୁଣିତ ହୋଇଛି ଦୁଧସାଗର ୱାଟରଫଲ ଶୋଭାରାଜି । ଏହି ଲଗାଣ ବର୍ଷାରେ ପାହାଡ ଉପରୁ ଅଧିକ ମାତ୍ରାରେ ଜଳ ପ୍ରବାହିତ ହେଉଥିବାରୁ ନୈସର୍ଗିକ ଶୋଭାରାଜିରେ ଭରିଯାଇଛି ଏହି ୱାଟରଫଲ । ଯାହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ସେଠାରେ କିଛି ଲୋକଙ୍କ ଭିଡ ଜମିବାରେ ଲାଗିଛି ।କର୍ଣ୍ଣାଟକ ଓ ଗୋଆ ସୀମାରେ ଥିବା ପାହାଡରେ ଅବସ୍ଥିତ ଏହି ସୌନ୍ଦର୍ଯ୍ୟରେ ଭରପୂର ସ୍ଥଳୀ ଦୁଧସାଗର । ମହାରାଷ୍ଟ୍ରରେ ଚାଲିଥିବା ଲଗାଣ ବର୍ଷା ଯୋଗୁଁ ବୃଦ୍ଧି ପାଇଛି ଏହାର ସୌନ୍ଦର୍ଯ୍ୟ । ଦୁଧସାଗର ୱାଟରଫଲରୁ ବିପୁଳ ମାତ୍ରାରେ ଜଳ ପ୍ରବାହିତ ହେଉଥିବାରୁ କୁଲ ନଦୀରେ ବନ୍ୟା ଆସିଥିବା ସୂଚନା ମିଳିଛି । ଦକ୍ଷିଣ ଗୋଆରେ ରହିଛି ଏହି କୁଲ ନଦୀ । ପୂର୍ବରୁ ଏହି ସ୍ଥାନଟି ଅପୂର୍ବ ସୌନ୍ଦର୍ଯ୍ୟରେ ଭରପୂର ଥିବାବେଳେ ଏହି ଲଗାଣ ବର୍ଷା ଏହାର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ