କୁହୁଡିରେ ଲୁଚିଗଲା ରାଜଧାନୀ, ଦିଶୁନି ରାସ୍ତାଘାଟ - ପାଣିପାଗ ବିଭାଗ
🎬 Watch Now: Feature Video
ଭୁବନେଶ୍ବର: କୁହୁଡି ଚାଦରରେ ଢାଙ୍କି ହୋଇଛି ରାଜଧାନୀ ଭୁବନେଶ୍ବର । ଦୃଶ୍ୟମାନ ହେଉନି ରାସ୍ତାଘାଟ । କୁହୁଡ଼ି ବଳୟରେ ପୁରା ସହର ଢାଙ୍କି ହୋଇଥିବା ବାଟବଣା ହୋଇଥିଲେ ବାଟୋଇ । ଆଜି ସକାଳ ୭ଟା ସମୟରେ ଭୁବନେଶ୍ବରରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ । ଅନେପଟେ ବଢିଛି ରାତିର ତାପମାତ୍ରା । ଆଗାମୀ ୫ଦିନ ଯାଏଁ ପାଗ ଶୁଖିଲା ରହିବ । ଓଡ଼ିଶା ଉପକୂଳ ଆଖ ପାଖ ଅଞ୍ଚଳରେ ଏକ ଲଘୁଚାପ ବଳୟ ସକ୍ରିୟ ରହିଥିବାରୁ ତାହାର ପ୍ରଭାବରେ କୁହୁଡି ଏବଂ ରାତ୍ରି ତାପମାତ୍ରା ବୃଦ୍ଧି ଘଟିଛି । ସାମୁଦ୍ରିକ ବାୟୁ ପ୍ରଭାବରେ ଆଗାମୀ ୨ଦିନ ଯାଏଁ ରାତ୍ରି ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ମଧ୍ୟ ରହିଛି । କେନ୍ଦ୍ରାପଡ଼ା,ପୁରୀ,କଟକ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, ଭଦ୍ରକ, ଢେ଼ଙ୍କାନାଳ, କନ୍ଧମାଳରେ ହାଲୁକା କୁହୁଡି ହେବାର ସମ୍ଭାବନା ରହିଛି । ଆହୁରି ୨ଦିନ ଘନ କୁହୁଡି ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।
ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:37 PM IST