ଲକ୍ଷ୍ମୀପୂଜା ଭସାଣିରେ ନାଚିଲେ ଅଘୋରୀ, ଉଡିଲା ଭସ୍ମ

By

Published : Oct 20, 2022, 11:48 AM IST

Updated : Feb 3, 2023, 8:29 PM IST

thumbnail
ଢେଙ୍କାନାଳ: ଖୁବ୍ ଜାକଜମକରେ ଢେଙ୍କାନାଳରେ ମା' ଗଜଲକ୍ଷ୍ମୀଙ୍କ ଭସାଣୀ ଉତ୍ସବ ସମ୍ପନ୍ନ ହୋଇଛି । ଭସାଣିରେ ଶିବ ତାଣ୍ଡବ କରିଛନ୍ତି ଅଘୋରୀ ବାବା । ରାସ୍ତା ଉପରେ ଭସ୍ମ ଉଡାଇ ମହାଦେବଙ୍କ ଗୀତରେ ନୃତ୍ୟ କରିଛନ୍ତି ଅଘୋରୀ । ଅଘୋରୀ ବାବାଙ୍କ ଶିବ ତାଣ୍ଡବ ଦେଖିବାକୁ ରାସ୍ତାର ଦୁଇ ପାର୍ଶ୍ବରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଭସାଣି ଉତ୍ସବରେ ବିଭିନ୍ନ ପ୍ରକାରର ନୃତ୍ୟ ପ୍ରଦର୍ଶନ ହୋଇଥିଲା । ପୂଜା ମଣ୍ଡପ ଗୁଡିକ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ପ୍ରକାରର ବାଦ୍ୟ ଓ କଳାକାରଙ୍କୁ ଡକାଇ ଭସାଣ ଶୋଭାଯାତ୍ରାରେ ସାମିଲ କରିଥିଲେ । ପାରମ୍ପରିକ ଘଣ୍ଟା, ଘଣ୍ଟା, କଣ୍ଢେଇ ନାଚ, ବାଇ ନାଚ, ଆଦିବାସୀ ନୃତ୍ୟ ସାଙ୍ଗକୁ ଶିବ ତାଣ୍ଡବ ଓ ଅଘୋରୀ ବାବାଙ୍କ ନାଚ ଲୋକଙ୍କୁ ଆକୃଷ୍ଟ କରିଥିଲା । ଆନନ୍ଦ ବଜାର ପକ୍ଷରୁ ପ୍ରଦର୍ଶିତ ଏହି ଶିବ ତାଣ୍ଡବ ନୃତ୍ୟ କରିଥିବା କଳାକାର ସୁଦୂର ହରିୟାଣାରୁ ଆସିଥିଲେ । ସେମାନେ ଶ୍ମଶାନରେ ପାଉଁଶ ବୋଳି ହୋଇ ଶିବ ଓ ଭୂତ ପ୍ରେତ ବେଶଭୂଷା ସାଙ୍ଗକୁ ହାଡ଼ ଖପୁରୀରେ ସଜ୍ଜିତ ହୋଇଥିଲେ । ଏହାର ଭିଡ଼ିଓ ସୋସିଆଲ ମେଡିଆର ଭାଇରାଲ ହେବାରେ ଲାଗିଛି ।
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.