VIRAL VIDEO: ବିବାହ ମଣ୍ଡପ ପାଲଟିଲା ରଣକ୍ଷେତ୍ର, ପରସ୍ପରକୁ ପିଟିଲେ ବରକନ୍ୟା

🎬 Watch Now: Feature Video

thumbnail

By

Published : Dec 15, 2022, 5:35 PM IST

Updated : Feb 3, 2023, 8:35 PM IST

ବାଜା, ବାଣ, ରୋସଣୀ ବ୍ୟତୀତ ଡ୍ରାମା ବିନା ଭାରତୀୟଙ୍କ ବିବାହ ରଙ୍ଗହୀନ ପରି ଲାଗେ । ବେଳେ ବେଳେ ଏହା ଉଭୟ କନ୍ୟା ଓ ବର ପକ୍ଷଙ୍କ ପାଇଁ ଜଟିଳ ହୋଇପଡ଼େ, ଯେପରି ଏହା ହୋଇଛି । ବରକନ୍ୟା ଏଠାରେ ପରସ୍ପରକୁ ଆକ୍ରମଣାତ୍ମକ ଢଙ୍ଗରେ ମାଡ଼ ମାରିଛନ୍ତି (Groom Bride Fighting) । ଏଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । କନ୍ୟାକୁ ବର ଜଣକ ବାଧ୍ୟତାମୂଳକ ଭାବେ ମିଠା ଖୁଆଉଛନ୍ତି । ଏଥିରେ ଅସହଜ ମନେ କରୁଥିବା କନ୍ୟା ବା ଯବୁତୀ କ୍ରୋଧରେ ବରଙ୍କୁ ପ୍ରଥମେ ଆକ୍ରମଣ କରିଥିଲେ । ଏହାପରେ ବର ସାଜିଥିବା ଯୁବକ ମୁଣ୍ଡରୁ ମୁକୁଟ କାଢି ଯୁବତୀ ଜଣଙ୍କୁ ଆକ୍ରମଣ କରିଛନ୍ତି । ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ ଶେଷରେ ବିବାହ ମଣ୍ଡପ ରଣକ୍ଷେତ୍ର ପାଲଟିଛି । ସମ୍ପର୍କୀୟ ଉଦ୍ୟମ କଲେ ମଧ୍ୟ ବରକନ୍ୟାଙ୍କୁ ରୋକିପାରିନାହାନ୍ତି । ଏହି ଭିଡ଼ିଓଟି 'Ghar Ke Kalesh' ନାମରେ ଥିବା ଜଣେ ୟୁଜର୍ ସେୟାର କରିଛନ୍ତି । ତେବେ ଏହି ଘଟଣାଟି କେଉଁ ସ୍ଥାନର ତାହା ଜଣାପଡ଼ିନାହିଁ ।
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.