thumbnail

By

Published : Dec 31, 2022, 5:51 PM IST

Updated : Feb 3, 2023, 8:37 PM IST

ETV Bharat / Videos

ରଙ୍ଗୀନ ଲାଇଟ୍‌ ଓ ଡିଜେ ଧୁନରେ ମତୁଆଲା ହେବେ ରାଜଧାନୀବାସୀ

ଭୁବନେଶ୍ବର : ୨ ବର୍ଷର କୋରୋନା କଟକଣା ପରେ ନୂଆବର୍ଷକୁ ସ୍ବାଗତ କରିବାର ସମସ୍ତଙ୍କ ଭିତରେ ବେଶ ଉତ୍ସାହ ଓ ଉଦ୍ଦୀପନା ରହିଛି । ଆଉ ଏହାକୁ ନେଇ ରଙ୍ଗିନ ଲାଇଟ୍‌ ସହ ଡିଜେର ଧୁନରେ ମତୁଆଲା ହେବେ ରାଜଧାନୀବାସୀ । ଏନେଇ ରାଜଧାନୀର ବିଭିନ୍ନ ହୋଟେଲରେ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା। ନାଚ, ଗୀତ ସହ ଭୁରିଭୋଜନରେ ୨୦୨୩କୁ ସ୍ବାଗତ କରିବ ଭୁବନେଶ୍ବର । ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ଗୀତ ସହ ଡିଜେ ଧୁନରେ ତାଳେ ତାଳେ ଝୁମିବ ରାଜଧାନୀ । ଏଥିପାଇଁ ରାଜଧାନୀର ବହୁ ତାରକା ହୋଟେଲ ଯେପରିକି ଏମ୍ପାୟାର, ସ୍ବସ୍ତି ଏଚଏଚଆଇ, ପୁଷ୍ପକରେ ଯୁବପୀଢ଼ିଙ୍କୁ ଆତ୍କୃଷ୍ଟ କରିବାକୁ ଆରମ୍ଭ ହୋଇସାରିଛି ସ୍ବତନ୍ତ୍ର ପ୍ରସ୍ତୁତି । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.