Odisha ULB Polls: କଟକରେ ଡୋର ଟୁ ଡୋର୍‌ ପ୍ରଚାର କରୁଛନ୍ତି ପ୍ରାର୍ଥୀ

By

Published : Mar 10, 2022, 7:53 PM IST

Updated : Feb 3, 2023, 8:19 PM IST

thumbnail
କଟକ: ଗତକାଲି ସ୍କୁଟିନ ସରିବା ପରେ ପାର୍ଥିପତ୍ର କାୟମ ରହିଥିବା ଜାଣି ଭୋଟ ଭିକ୍ଷାରେ ଲାଗିପଡିଲେଣି ପ୍ରାର୍ଥୀ। ନିଜର ସମର୍ଥକ ସାଉଁଟି ବା ପାଇଁ ପ୍ରାର୍ଥୀ ମାନେ ଉଦ୍ୟମ ଆରମ୍ଭ କରିଦେଲେଣି । ନିଜ ନିଜ ସାହିର ଗୁରୁଜନ ମାନଙ୍କୁ ନେଇ ଡୋର ଟୁ ଡୋର କ୍ୟାମ୍ପେନିଂରେ ଲାଗିପଡିଲେଣି । ନିଜ ନିଜ ଏଜେଣ୍ଡାକୁ ନେଇ ଲୋକଙ୍କ ପାଖକୁ ଯାଇ ପ୍ରାର୍ଥୀ ମାନେ ଭୋଟ ଭିକ୍ଷା କରୁଛନ୍ତି । ଯଦିଓ ସହରରେ ପ୍ରଚାରର ମାହୋଲ ଧରି ନାହିଁ ତଥାପି ହାତରେ ଅଳ୍ପ ସମୟ ଥିବାରୁ ପ୍ରାର୍ଥୀ ମାନେ ଘର ଘର ବୁଲି ଲୋକଙ୍କ ପାଖକୁ ଯାଉଛନ୍ତି । ତେବେ ଆସନ୍ତା ୧୪ ତାରିଖରୁ ସମସ୍ତ ପ୍ରାର୍ଥୀ ମାନେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରିବେ ଏବଂ ପ୍ରଚାର ମାହୋଲ ମଧ୍ୟ ସରଗରମ ହେବ। କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Feb 3, 2023, 8:19 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.