ଶିକ୍ଷକଙ୍କ ବଦଳି ପରେ ଭୋ ଭୋ ହୋଇ କାନ୍ଦିଲେ ଛାତ୍ରଛାତ୍ରୀ - କାନ୍ଦିଲେ ସ୍କୁଲ୍ ଛାତ୍ରଛାତ୍ରୀ
🎬 Watch Now: Feature Video
ନୟାଗଡ଼: ପ୍ରିୟ ସାର୍ଙ୍କ ବଦଳି ହୋଇଛି ଅନ୍ୟ ସ୍କୁଲ୍କୁ କିନ୍ତୁ ସାର୍ଙ୍କୁ ଛାଡିବାକୁ ନାରାଜ ଛାତ୍ରଛାତ୍ରୀ । ସାର୍ ସେମାନଙ୍କ ନିକଟରୁ ଦୂରକୁ ଛାଡି ଚାଲିଯାଉଥିବାରୁ ତାଙ୍କର ହାତକୁ ଜାବୁଡି ଧରି ଭୋ ଭୋ ହୋଇଛନ୍ତି କାନ୍ଦୁଛନ୍ତି ପିଲେ । ଯେଉଁ ଦୃଶ୍ୟ ଦେଖିଲେ ଆପଣଙ୍କ ହୃଦୟ ବି ତରଳି ଯିବ । ହୃଦୟକୁ ଛୁଇଁବା ଭଳି ଏହି ଗୁରୁଶିଷ୍ୟ ସମ୍ପର୍କର ଏହି ମଧୁର ଦୃଶ୍ୟ ନୟାଗଡ଼ ଜିଲ୍ଲା ରୋହିବାଙ୍କ ପଞ୍ଚାୟତ ଭଗବତି ପ୍ରସାଦ ବିଦ୍ୟାଳୟରେ ଦେଖିବାକୁ ମିଳିଛି l ବିଦ୍ୟାଳୟରୁ ବିଜ୍ଞାନ ଶିକ୍ଷକ ବୁଦ୍ଧିଆ ପାତ୍ର ପ୍ରମୋସନ ପାଇ ଅନ୍ୟ ବିଦ୍ୟାଳୟକୁ ବଦଳି ହେବା ପରେ ସେଠାରେ ଦୁଃଖର ପରିବେଶ ସୃଷ୍ଟି ହୋଇଛି । ଶିକ୍ଷକଙ୍କୁ ଛାଡ଼ିବାକୁ ଛାତ୍ରଛାତ୍ରୀ ନାରାଜ ହୋଇଛନ୍ତି । ବିଜ୍ଞାନ ଶିକ୍ଷକ ବୁଦ୍ଧିଆ ପାତ୍ରଙ୍କ ଉଦ୍ୟମ କ୍ରମେ ବିଦ୍ୟାଳୟରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇପାରିଛି । ଏଠାରେ ସେ 6 ବର୍ଷ ଧରି ଶିକ୍ଷାଦାନ କରିବା ବେଳେ ଛାତ୍ରଛାତ୍ରୀଙ୍କ ସହ ବ୍ୟକ୍ତିଗତ ଭାବେ ଯୋଡ଼ି ହୋଇ ରହିଥିଲେ l ବିଦ୍ୟାଳୟ ଆସୁନଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଆଣିବାକୁ ସେ ଉଦ୍ୟମ କରୁଥିଲେ l ଅଭିଭାବକମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରିଥିଲେ l ଯାହା ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା l ସେ ପ୍ରମୋସନ ପାଇ କୁରାଳ ପଞ୍ଚାୟତ ଦଣ୍ଡୋର ବିଦ୍ୟାଳୟକୁ ବଦଳି ହୋଇଛନ୍ତି l ଏ କଥା ଛାତ୍ରଛାତ୍ରୀ ଜାଣିବା ପରେ ଶିକ୍ଷକଙ୍କୁ ବଦଳିକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି l
ଇଟିଭି ଭାରତ, ନୟାଗଡ଼
Last Updated : Feb 3, 2023, 8:25 PM IST