ETV Bharat / city

ମାଡି ଆସୁଛି ଡେଙ୍ଗୁ, ଶୋଇଛି CMC: ବିଜେପି - କଟକ ମହାନଗର ନିଗମ

କଟକରେ ଡେଙ୍ଗୁ ସ୍ଥିତି ନେଇ କଟକ ମହାନଗର ନିଗମ ଉପରେ ବର୍ଷିଲା ବିଜେପି । ପଦକ୍ଷେପ ନନେଲେ ଆନ୍ଦୋଳନ ଚେତାବନୀ । ଅଧିକ ପଢନ୍ତୁ...

ମାଡି ଆସୁଛି ଡେଙ୍ଗୁ ସୋଇଛି CMC : ବିଜେପି
ମାଡି ଆସୁଛି ଡେଙ୍ଗୁ ସୋଇଛି CMC : ବିଜେପି
author img

By

Published : Aug 3, 2021, 6:59 PM IST

କଟକ: ରାଜ୍ୟରୁ କୋରୋନା ସଙ୍କଟ ଏଯାଏଁ ହଟିନି, ମାଡି ଆସିଲାଣି ଡେଙ୍ଗୁ । ନିରାକରଣ ଦିଗରେ ସମ୍ପୂର୍ଣ୍ଣ ଫେଲ ମାରିଛି କଟକ ମହାନଗର ନିଗମ । କଟକ ସହରର ସମସ୍ତ ୱାର୍ଡରେ ବିପର୍ଯ୍ୟସ୍ତ ଡ୍ରେନ ଓ ନାଳର ଜରାଜୀର୍ଣ୍ଣ ଡେଙ୍ଗୁ ରୋଗକୁ ଆମନ୍ତ୍ରଣ କରୁଛି । ଏପରି ଭାବେ କଟକ ଜିଲ୍ଲା ପ୍ରାଶାସନ ଓ ମହାନଗର ଉପରେ ବର୍ଷିଛି ବିଜେପି ।ଆଜି ଦଳ ପକ୍ଷରୁ ଏକ ପ୍ରତିବାଦ କାର୍ଯ୍ୟକ୍ରମ CMC କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜନ କରାଯାଇଛି ।

ମାଡି ଆସୁଛି ଡେଙ୍ଗୁ ସୋଇଛି CMC : ବିଜେପି

ଏହି ପ୍ରତିବାଦ ସଭାରେ ବିଜେପି କହିଛି, କେବଳ କଟକ ନୁହେଁ, ରାଜଧାନୀ ଭୁବନେଶ୍ବରେ ମଧ୍ୟ ଡେଙ୍ଗୁ ସ୍ଥିତି ଜଟିଳ ହେବା ଆରମ୍ଭ କରିସାରିଲାଣି । କିନ୍ତୁ ଏପରି ସମୟରେ CMC ନିରାକରଣ ନେଇ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ହାତ ବାନ୍ଧି ବସିଛି । ଏହି ପ୍ରସଙ୍ଗକୁ ନେଇ ସିଏମସି କାର୍ଯ୍ୟାଳୟ ସମ୍ନାରେ ଗର୍ଜିଛି ବିଜେପି । ସ୍ଥିତି ଅଣାୟତ ହେବା ପୂର୍ବରୁ ଏହି ଦିଗରେ ଯଦି ଶିଘ୍ର କାର୍ଯ୍ୟପନ୍ଥା ଗ୍ରହଣ ନ କରାଯାଏ ତେବେ ଆଗମୀ ଦିନରେ CMC ଏକ ବଡ଼ ଆନ୍ଦୋଳନର ସାମ୍ନା କରିବ ବୋଲି ତେତାବନୀ ଦେଇଛି ଦଳ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.