ETV Bharat / city

EDରେ ହାଜର ହେଲେ ପ୍ରଦୀପଙ୍କ ପତ୍ନୀ, ସୁଜାତା ପାଣିଗ୍ରାହୀଙ୍କୁ ଚାଲିଛି ଜେରା - ଇଡିରେ ହାଜରେ ହେଲେ ସୁଜାତା ପାଣିଗ୍ରାହୀ

ଇଡିରେ ହାଜରେ ହେଲେ ସୁଜାତା ପାଣିଗ୍ରାହୀ । ଗୋପାଳ‌ପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆର୍ଥିକ କାରବାର ମାମଲାରେ ସୁଜାତା ପାଣିଗ୍ରାହୀ ହାଜର ହୋଇଛନ୍ତି । ଅଧିକ ପଢ଼ନ୍ତୁ

gopalpur mla pradeep panigrahi wife sujata panigrahi appeared in ed
EDରେ ହାଜର ହେଲେ ପ୍ରଦୀପଙ୍କ ପତ୍ନୀ, ସୁଜାତା ପାଣିଗ୍ରାହୀଙ୍କୁ ଚାଲିଛି ଜେରା
author img

By

Published : Oct 19, 2022, 12:29 PM IST

Updated : Oct 19, 2022, 12:55 PM IST

ଭୁବନେଶ୍ବର: ଇଡିରେ ହାଜର ହେଲେ ଗୋପାଳ‌ପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ। ପ୍ରଦୀପ ପାଣିଗ୍ରାହୀଙ୍କ ଆର୍ଥିକ କାରବାର ମାମଲାରେ ସୁଜାତା ପାଣିଗ୍ରାହୀ ହାଜର ହୋଇଛନ୍ତି। ଇଡିଙ୍କ ସମନ ଆଧାରରେ ହାଜର ହୋଇ ଆର୍ଥିକ କାରବାରର ତଥ୍ୟ ରଖିଛନ୍ତି ।

EDରେ ହାଜର ହେଲେ ପ୍ରଦୀପଙ୍କ ପତ୍ନୀ

ଏନେଇ ଇଡି କାର୍ଯ୍ୟାଳୟରେ ସୁଜାତା ପାଣିଗ୍ରାହୀଙ୍କ ଜେରା ଚାଲିଛି । ଆକାଉଣ୍ଟରେ ହୋଇଥିବା ଟ୍ରାଞ୍ଜାକ୍ସନକୁ ନେଇ ପଚରାଉଚରା ହେଉଛି । ମନି ଲଣ୍ଡରିଂ ଆକ୍ଟ ଆଧାରରେ ଯାଞ୍ଚ କରାଯାଉଛି । ଟାଟାରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଆକାଶ ପାଠକ ଗିରଫ ହୋଇଥିଲେ । ତାଙ୍କ ଆକାଉଣ୍ଟରୁ ପ୍ରଦୀପଙ୍କ ଆକାଉଣ୍ଟଙ୍କୁ ୯ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଥିବା ସୂଚନା ମିଳିଥିଲା । ପରେ ପ୍ରଦୀପଙ୍କ ଆକାଉଣ୍ଟରୁ ଟ୍ରାଞ୍ଜାକ୍ସନ ନେଇ ଇଡିକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିଲା । ସେହି ଆଧାରରେ ପତ୍ନୀ ଓ ପ୍ରଦୀପଙ୍କ ଝିଅ ଆକାଉଣ୍ଟର ମଧ୍ୟ ତନାଘନା କରିଥିଲା ଇଡି । ପୂର୍ବରୁ ପ୍ରଦୀପଙ୍କ ଝିଅଙ୍କୁ ଇଡି ଜେରା କରିଥିଲା । ବର୍ତ୍ତମାନ ପତ୍ନୀ ସୁଜାତାଙ୍କ ଆକାଉଣ୍ଟର ତନାଘନା ଚାଲିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 19, 2022, 12:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.