ଭୁବନେଶ୍ବର: 2025-26 ବର୍ଷର ବଜେଟ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 2 ଲକ୍ଷ 90 ହଜାର କୋଟିର ବଜେଟ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ । ପର୍ଯ୍ୟଟନ କ୍ଷେତ୍ର ପାଇଁ ସିଏମଙ୍କ ବଡ ଘୋଷଣା । ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ପାଇଁ 2025-26 ବର୍ଷରେ 30 କୋଟି ବ୍ୟୟ ବରାଦ ହୋଇଛି । ପ୍ରତି ଜିଲ୍ଲାରୁ ମାଗଣା ବସରେ ପୁରୀ ଆସି ଜଗନ୍ନାଥଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ ।
- ପର୍ଯ୍ୟଟନ ପାଇଁ 820 କୋଟି ଟଙ୍କା
ପର୍ଯ୍ୟଟନ ବିକାଶ ପାଇଁ ବଜେଟରେ 820 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ପର୍ଯ୍ୟଟନ ସ୍ଥଳରେ ଗୃହ ନିର୍ମାଣ ପାଇଁ 359 କୋଟି ଆବଣ୍ଟନ କରାଯାଇଛି । ସେହିପରି ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ 332 କୋଟି ବ୍ୟୟ ବରାଦ ହୋଇଛି । ଘଟଗାଁ ମା ତାରିଣୀ ମନ୍ଦିର କମ୍ପଲେକ୍ସ ବିକାଶ ପାଇଁ 50 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ବଜେଟରେ ଓଡିଆ ଅସ୍ମିତାକୁ ଗୁରୁତ୍ବ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କଳାକାର ସାହିତ୍ୟ ଯୋଜନାରେ 194 କୋଟି ବ୍ୟୟ ବରାଦ ହୋଇଛି । ସେହିପରି ସାଂସ୍କୃତିକ ପ୍ରତିଷ୍ଠାନ ବିକାଶ ପାଇଁ 77 କୋଟି ବଜେଟ ରହିଛି ।
- ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା 30 କୋଟି
ସହର ମହକୁମାରୁ ଶ୍ରୀଜଗନ୍ନାଥ ମନ୍ଦିରକୁ ଗଡିବ ମାଗଣା ବସ । ବସରେ ମାଗଣାରେ ଯାତ୍ରା କରି ଜଗନ୍ନାଥଙ୍କ ଦର୍ଶନ ସହ ଅଭଡା ପାଇପାରିବେ ଭକ୍ତ ।
- ବକୁଳ ବନ ଉନ୍ନୟନ ପାଇଁ 50 କୋଟି
ସତ୍ୟବାଦୀର ଐତିହ୍ୟ ବକୁଳ ବନର ଉନ୍ନତି ପାଇଁ ଆଗେଇ ଆସିଛନ୍ତି ମୋହନ ସରକାର । ବଜେଟ 2025-26ରେ ନୂଆ ସରକାର ବକୁଳ ବନ ଉନ୍ନୟନ ନାମରେ ନୂଆ ଯୋଜନା ଘୋଷଣା କରି 50 କୋଟି ବ୍ୟୟବରାଦ କରିଛନ୍ତି । ଏହାସହିତ ସାକ୍ଷୀଗୋପିନାଥ ମନ୍ଦିର ପରିସାରର ମଧ୍ୟ ହେବ ବିକାଶ ।
ଏହା ମଧ୍ୟ ପଢନ୍ତୁ ଲାଇଭ ବିଧାନସଭାରେ 2 ଲକ୍ଷ 90 ହଜାର କୋଟିର ବଜେଟ ଉପସ୍ଥାପିତ
ଏହା ମଧ୍ୟ ପଢନ୍ତୁ ରାଜ୍ୟରେ ୬୬ IAS ଓ ୬୯ IPS ପଦବୀ ଫାଙ୍କା
- ଆମ ଶିମିଳିପାଳ ଯୋଜନା ପାଇଁ 50 କୋଟି
ମୟୂରଭଞ୍ଜ ବ୍ୟାଘ୍ର ଅଭୟାରଣ୍ୟ ଶିମିଳିପାଳର ବିକାଶ ପାଇଁ ସରକାର ନୂଆ ଯୋଜନା ଆମ ଶିମିଳିପାଳ ଯୋଜନା ଘୋଷଣା କରିଛନ୍ତି । ଏହି ଜାତୀୟ ଅଭୟାରଣ୍ଯକୁ ଅଧିକରୁ ଅଧିକ ପର୍ଯ୍ୟଟକ ବୁଲି ଆସିବା ଏବଂ ଅଭୟାରଣ୍ୟରେ ସମସ୍ତ ଅନୁସଙ୍ଗିକ ସୁବିଧା ପ୍ରଦାନ ଲକ୍ଷ୍ୟରେ 50 କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର ।
- ଗତ ବଜେଟରେ ଶ୍ରୀମନ୍ଦିର ପାଇଁ 500 କୋଟିର କର୍ପସ ଫଣ୍ଡ
ଗତ ବଜେଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମହାପ୍ରଭୁ ଜଗନ୍ନାଥଙ୍କ ବିନା ଓଡ଼ିଶା ଜାତିର ପରିକଳ୍ପନା କରିବା ଅସମ୍ଭବ କହିଥିଲେ । ଏଥିଲାଗି ଶ୍ରୀମନ୍ଦିର ପାଇଁ ରାଜ୍ୟ ସରକାର ପ୍ରଥମ କ୍ୟାବିନେଟ ବୈଠକରେ 500କୋଟିର କର୍ପସ ଫଣ୍ଡ ଘୋଷଣା କରିଥିଲେ । ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ମୋହନ ସରକାର ମୋଟ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ ।