ETV Bharat / city

ବିଦ୍ୟାର୍ଥୀଙ୍କ ତୂଳୀରେ ଝଟକୁଛି ମାଟି ଦୀପ, ଦେଉଛି ପ୍ରେମ ଓ ସଂସ୍କୃତିର ବାର୍ତ୍ତା - painted lamps made by students

ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ହାତରେ ଚମକୁଛି ମାଟ ଓ ଗୋବର ତିଆରି ଦୀପ । ବିଦ୍ୟାର୍ଥୀଙ୍କ ତୂଳୀରେ ଦୀପକୁ ଅଧିକ ଆକର୍ଷଣୀୟ କରି ସମସ୍ତ ବର୍ଗଙ୍କୁ ପାଇଁ ପ୍ରସ୍ତୁତ କରାଯାଉଛି ସ୍ୱତନ୍ତ୍ର ପ୍ରଦୀପ । ଅଧିକ ପଢନ୍ତୁ

ବିଦ୍ୟାର୍ଥୀଙ୍କ ତୂଳୀରେ ଝଟକୁଛି ମାଟି ଦୀପ, ଦେଉଛି ପ୍ରେମ ଓ ସଂସ୍କୃତିର ବାର୍ତ୍ତା

author img

By

Published : Oct 19, 2022, 9:35 PM IST

ବ୍ରହ୍ମପୁର: ଆଉ ଦିନ କେଇଟା ପାଇଁ ଆଲୋକର ପର୍ବ ଦୀପାବଳି । ପ୍ରତ୍ୟେକଙ୍କ ଘରେ ଏହି ପର୍ବକୁ ପାଳନ କରିବା ପାଇଁ ଚାଲିଛି ଅନେକ ପ୍ରସ୍ତୁତି । ଏଭଳି ସମୟରେ 'ଦିଆ ଫର୍ ଚେଞ୍ଜ' ....ଆହ୍ୱାନର ବାର୍ତ୍ତା ନେଇ ଆଗେଇ ଆସିଛନ୍ତି ରେଶମ ସହରର ଯୁବ ଓ ବିଦ୍ୟାର୍ଥୀ । ନିଆରା ଚିନ୍ତାଧାରା ନେଇ ମାଟି ଓ ଗୋବରରେ ପ୍ରସ୍ତୁତ ଦୀପକୁ ନେଇ ବିଦ୍ୟାର୍ଥୀଙ୍କ ତୂଳୀରେ ଅଧିକ ଆକର୍ଷଣୀୟ କରି ସମସ୍ତ ବର୍ଗଙ୍କୁ ପାଇଁ ପ୍ରସ୍ତୁତ କରାଯାଉଛି ସ୍ୱତନ୍ତ୍ର ପ୍ରଦୀପ । ଯାହାକୁ ବିକ୍ରି କରି ଉପାର୍ଜିତ ଅର୍ଥକୁ ସମାଜରେ ଅବହେଳିତ ଶିଶୁଙ୍କ ବିକାଶ ପାଇଁ କାର୍ଯ୍ୟରେ ଲଗାଯିବା ଲକ୍ଷ୍ୟ ରଖିଛି ସାତ୍ତ୍ୱିକ ସୋଲ ଫାଉଣ୍ଡେସନ । ଦେଖନ୍ତୁ ଏହି ସ୍ବତନ୍ତ୍ର ରିପୋର୍ଟ ।

ବିଦ୍ୟାର୍ଥୀଙ୍କ ତୂଳୀରେ ଝଟକୁଛି ମାଟି ଦୀପ, ଦେଉଛି ପ୍ରେମ ଓ ସଂସ୍କୃତିର ବାର୍ତ୍ତା

ଭଳିକି ଭଳି ସୁନ୍ଦର ସୁନ୍ଦର ଦୀପକୁ ସଜ୍ଜିତ କରି ରଖାଯାଇଛି । ଦେଖିଲେ ଲାଗିବ ଏହାକୁ କୌଣସି ଦୀପ କାରିଗର କିମ୍ୱା ମାଟି କାରିଗର ଏହାକୁ ପ୍ରସ୍ତୁତ କରିଛନ୍ତି । ହେଲେ ଏହା କୌଣସି କାରିଗରଙ୍କ ପ୍ରସ୍ତୁତି ନୁହେଁ ବରଂ ଆଲୋକର ପର୍ବ ଦୀପାବଳୀ ପୂର୍ବରୁ ବ୍ରହ୍ମପୁରର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର କିଛି ଛାତ୍ରାଛାତ୍ରୀ ଏହି ସୁନ୍ଦର ଦୀପ ତିଆରି କରିଛନ୍ତି । ସାତ୍ତ୍ୱିକ ସୋଲ ଫାଉଣ୍ଡେସନ ପକ୍ଷରୁ ଦୀପାବଳି ଅବସରରେ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସହାୟତାରେ ଏଭଳି ସୁନ୍ଦର ସୁନ୍ଦର ଦୀପ ପ୍ରସ୍ତୁତ କରି ବିକ୍ରି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ସହ ଏଥିରୁ ଉପାର୍ଜିତ ଅର୍ଥ ସମାଜରେ ଅବହେଳିତ , ନିଷ୍ପୋସିତ ଶିଶୁଙ୍କ ବିକାଶ ଭଳି ମହତ୍ କାର୍ଯ୍ୟରେ ବିନିଯୋଗ କରାଯିବାକୁ ଯୋଜନା କରାଯାଇଛି । ମୁଖ୍ୟତଃ ଚଳିତ ବର୍ଷ ଦୀପାବଳୀ ପର୍ବକୁ ଇକୋ ଫ୍ରେଣ୍ଡଲି କରିବାର ବାର୍ତ୍ତା ନେଇ ଉଭୟ ମାଠି ଓ ଗୋବରରେ ତିଆରି ହୋଇଥିବା ଭଳିକି ଭଳି ଦୀପ ଗୋଟିଏ ହାତରେ ନେଇ ଅନ୍ୟ ହାତରେ ତୁଳି ଧରି ଏହାକୁ ଜୀବନ୍ତ କରାଯାଉଛି ।

ଏହାରି ମଧ୍ୟରେ ସମସ୍ତ ବର୍ଗଙ୍କୁ ଆକୃଷ୍ଟ କରିବା ଭଳି ଦୀପ ମଧ୍ୟରେ ଫେନ୍ସି ଡିଜାଇନ, ଲଭ୍ ସିରିଜର ଚିତ୍ର ଠାରୁ ଆରମ୍ଭ କରି ରାଜ୍ୟର ଲୋକକଳା ଓ ସଂସ୍କୃତିର ଚିତ୍ର ସହିତ ଛୋଟ ପିଲାଙ୍କୁ ଆକୃଷ୍ଟ କରିବା ଭଳି କାଟୁନ୍ , ମାଣବସା ଝୁଟି, ଟେରାକୋଟା ଚିତ୍ର, ଷ୍ଟୋନ ଏବଂ କ୍ରିକେଟ କ୍ରୀଡାବିତଙ୍କ ପାଇଁ ଦେଶର ନାମୀଦାମୀ କ୍ରୀଡାବିତଙ୍କ ଜର୍ସି, ଫେସବୁକ, ୟୁଟ୍ୟୁବ ଭଳି ଅନେକ ପ୍ରକାର ଚିତ୍ର ଦୀପ ମଧ୍ୟରେ ସ୍ଥାନ ପାଇଛି । ଏହି ଚିତ୍ର ପାଇଁ ମଧ୍ୟ ଅର୍ଗାନିକ୍ ରଙ୍ଗ ବ୍ୟବହାର କରାଯାଇନାହିଁ । ଖାଲି ସେତିକି ନୁହେଁ ଏହାକୁ ନେବା ପାଇଁ ଆସୁଥିବା ଗ୍ରାହକଙ୍କୁ ପଲିଥିନ ବ୍ୟବହାର ନକରିବାର ବାର୍ତ୍ତା ଦେଇ ଝୋଟରୁ ପ୍ରସ୍ତୁତ ବ୍ୟାଗରେ ଏହି ସୁନ୍ଦର ସୁନ୍ଦର ଦୀପ ପ୍ରଦାନ କରାଯାଉଥିବାର ବ୍ୟବସ୍ଥା ରହିଛି ।

ବ୍ରହ୍ମପୁରରେ ପ୍ରଥମ ଥର କରି ଏପରି କାର୍ଯ୍ୟକ୍ରମ ସାତ୍ତ୍ୱିକ ସୋଲ ଫାଉଣ୍ଡେସନର ପକ୍ଷରୁ ଆରମ୍ଭ ହୋଇଛି । ଯୁବ ବର୍ଗଙ୍କ ପକ୍ଷରୁ ପ୍ରସ୍ତୁତ ଏହି ଦୀପକୁ ବିକ୍ରି କରିବା ପାଇଁ ସଂଗଠନ ପକ୍ଷରୁ ସାମାଜିକ ଗଣମାଧ୍ୟମ ଏହାର ପ୍ରଚାର ପ୍ରସାର କରିବା ସହ ସଭିଏଁ ଦୀପ ଜାଳି ଦୀପାବଳିକୁ ପାଳନ କରିବାର ବାର୍ତ୍ତା ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.